ବନ୍ଧାହେଲା ଠକ ନିଖିଳାନନ୍ଦ

1 min read

ଭୁବନେଶ୍ୱର: ୫୦୦ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ । ନିଖିଳାନନ୍ଦ ପଶୁପାଳକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଅନଲାଇନ ସର୍ଭିସ ସିଷ୍ଟମ SOSS ପ୍ରାଇଭେଟ୍ ଲିମିଟେଡ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଇନସ୍ୟୁରାନ୍ସ, ସେୟାର ମାର୍କେଟ, ଫ୍ଲାଟ ଯୋଗାଇବା ନାଁରେ ଠକେଇ କରୁଥିଲା ନିଖିଳାନନ୍ଦ ପଶୁପାଳକ । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ତାଙ୍କ ନାମରେ ଠକେଇ ଅଭିଯୋଗ ରହିଥିଲା ।

ଗଞ୍ଜାମ ଜିଲ୍ଲା ଲୋଚାପଡ଼ାରେ ରିଜିଓନାଲ ଅଫିସ ଖୋଲିଥିଲେ ନିଖିଳାନନ୍ଦ । ଓଡ଼ିଶା ଅଫିସର ଏମଡି ରହିଥିଲେ ରମଣ ସିଂ ଓ ସେକ୍ରେଟାରୀ ରାକେଶ କୁମାର । ନିଖିଳାନନ୍ଦ ପଶୁପାଳକଙ୍କ ଅଧୀନରେ ଦୁହେଁ କାମ କରୁଥିଲେ । ଠକେଇ ନେଇ ନିଖିଳାନନ୍ଦ ପଶୁପାଳକଙ୍କ ନାଁରେ ଅଭିଯୋଗ କରିଥିଲେ ପର୍ଶୁରାମ ବେହେରା । ପର୍ଶୁରାମ ବେହେରାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ୨୦୧୨ରୁ ଫେରାର ଥିଲା ନିଖିଳାନନ୍ଦ ପଶୁପାଳକ । ଲୋକଙ୍କଠାରୁ ଟଙ୍କା ଠକି ନିଖିଳାନନ୍ଦ ପଶୁପାଳକ ଫିଲ୍ମ ନିର୍ମାଣ ମଧ୍ୟ କରିଥିବା ଜଣାପଡ଼ିଛି ।