କ୍ରାଇମବ୍ରାଞ୍ଚ ପଞ୍ଝାରେ ନକଲି IAS ଅଫିସର
1 min read
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ୨ ଜଣ ନକଲି ଅଫିସର । ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ୧ କୋଟି ୧୭ଲକ୍ଷ ଠକେଇ ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ୨ ଯୁବକ ହେଉଛନ୍ତି ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ । କିରାଣି ଥିବା ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ IAS କହୁଥିଲା । ଅମିତ ସ୍ୱାଇଁ ନିଜକୁ ସହକାରୀ ଯନ୍ତ୍ରୀ କହୁଥିଲା ।
ମିଳିଥିବା ସୂଚନା ମୁତବାକ ଉଭୟଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯିବ । ରାଜେଶ ଗେହଲେଟ ନାମକ ଜଣେ ଅଭିଯୁକ୍ତ ନିଜକୁ raw ଏଜେଣ୍ଟର ପରିଚୟ ଦେଉଥିଲା । ତାକୁ ଗିରଫ କରିବା ସହ ଗ୍ୟାଙ୍ଗରେ ଜଣେ ଲେଡି ରହିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି ।