ସାଢେ ୬ କୋଟି ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

1 min read

ଭୁବନେଶ୍ୱର: ଗ୍ରାମୀଣ ରୋଗଗାର କଲ୍ୟାଣ ସଂସ୍ଥାନ ନାଁରେ ଫେକ୍ ଓ୍ବେବସାଇଟ ତିଆରି କରି ସାଢେ 6 କୋଟି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂହ ର ସହଯୋଗୀ ଜୟରାମ ତିଓ୍ବାରୀ ଗିରଫ । ଭୁବନେଶ୍ୱରରୁ ଗିରଫ କଲା EOW । ଧର୍ମପାଲଙ୍କ ଜାମିନ କଥା ବୁଝିବାକୁ ଆସିଥିବା ବେଳେ ସନ୍ଦେହ କରି ମାଡି ବସିଲା EOW । ଗ୍ରାମୀଣ ରୋଗଗାର କଲ୍ୟାଣ ସଂସ୍ଥାନ ଆକାଉଣ୍ଟରୁ ଜୟରାମଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ୮୩ ହଜାର ଟଙ୍କା ଆସିଥିବା ତଦନ୍ତ ବେଳେ ଜଣାପଡ଼ିଛି ।

ଜବ ରାକେଟରେ ଧର୍ମପାଲ ଏକାଧିକ ସହଯୋଗୀ ଏବେ ଫେରାର ଅଛନ୍ତି । ଜୟରାମ ଠାରୁ ସଂସ୍ଥା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ ହୋଇଛି । ଫେସବୁକ ଓ ସାମାଜିକ ଗଣମାଧ୍ୟମକୁ ବିଜ୍ଞପନ ଦେଇଥିବା ଟଙ୍କା ବାବଦରେ ମଧ୍ୟ କାଗଜପତ୍ର ଜବତ କରିଛି EOW । ଗତକାଲି ଧରମପାଲକୁ କୋର୍ଟରେ ହାଜର କରିବା ପରେ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଭୁବନେଶ୍ବର SDJMଙ୍କ କୋର୍ଟରେ ଆବେଦନ କରିଛି EOW । ଆଜି ଜୟରାମଙ୍କୁ କୋର୍ଟ ଚାଲାଣ କଟିଛି EOW । ଜୟରାମଙ୍କୁ ମଧ୍ୟ ରିମାଣ୍ଡରେ ଆଣି ମୁହାଁ ମୁହିଁ ଜେରା କରିବ EOW ।