୫୦ କୋଟି ଠକେଇ ଘଟଣାରେ ମୋହନ ପରିଡାଙ୍କୁ ଗିରଫ କରିଛି EOW
1 min read
ଭୁବନେଶ୍ବର: ୫୦ କୋଟି ଠକେଇ ଘଟଣାରେ ଭୁବନେଶ୍ୱର ମୋହନ କୁମାର ପରିଡାଙ୍କୁ ଗିରଫ କରିଛି EOW । ମୋହନ ୱେ ଟୁ ଆଡ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମାଲିକ । ଏହି କମ୍ପାନୀ ୨୦୨୦ ରୁ ୨୦୨୩ ମଧ୍ୟରେ ୨ ଟି ସ୍କିମ୍ ମାଧ୍ୟମରେ ମାସକୁ ୨୬ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲା ।
ଜମାକାରୀ ୩ ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ଦେଇଥିଲା । ଏପରିକି ପ୍ରଥମେ ପ୍ରଥମେ କିଛି ଜମାକାରୀ କମ୍ପାନୀ ଠାରୁ ଟଙ୍କା ପାଇବା ପରେ ଲୋଭନୀୟ ହୋଇ ଅଧିକରୁ ଅଧିକ ଟଙ୍କା ଲଗାଣ କରିଥିଲେ । ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା ସଂସ୍ଥା ।
ଏ ନେଇ କ୍ରାଇମବ୍ରାଞ୍ଚର EOW ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ କରି ସମସ୍ତ ପ୍ରମାଣ ଆଧାରରେ ମୋହନ ପରିଡାଙ୍କୁ ଗିରଫ କରାଯାଇଛି ।