କଲିକତାରୁ ଚିଟ୍‌ଫଣ୍ଡ ଠକକୁ ଧରିଲା ଇଓଡ଼ବ୍ଲ୍ୟୁ ଟିମ୍‌, 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଠକ

ବାଲେଶ୍ୱର: କଲିକତାରୁ ଚିଟ୍‌ଫଣ୍ଡ ଠକକୁ ଧରିଲା ଇଓଡ଼ବ୍ଲ୍ୟୁ ଟିମ୍‌ । କଲିକତାରୁ ଗିରଫ ପରେ ବାଲେଶ୍ବର ଓପିଆଇଡ଼ି କୋର୍ଟରେ ଆଜି ହାଜର ହୋଇଛି ଠକ । ସେପେଟେ ଚିଟ୍‌ଫଣ୍ଡ ଠକ ହେଲେ ମାସ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ଼ର ଏମ୍‌ଡ଼ି ପ୍ରତାପ କୁମାର ବିଶ୍ବାଳ । ଅଧିକ ଲାଭର ଲୋଭ ଦେଖାଇ ପ୍ରତାପ ଜମାକାରୀଙ୍କ 10କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଥିଲା ।

ଅଧିକ ଲୋଭ ଦେଖାଇ ସାଧାରଣ ଜମାକାରୀଙ୍କ ଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା  । ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅର୍ଥାତ ଲୋଭ ଦେଖାଇ ଲୋକଙ୍କ ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା  । ସେପଟେ ଇଓଡ଼ବ୍ଲ୍ୟୁ ଏନେଇ ତଦନ୍ତ ଚଳାଇଥିଲା  । କଲିକତାରେ ଏକ ସ୍ୱତନ୍ତ୍ର ଟିମ ଛାନଭିନ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା  । ଆଜି ବାଲେଶ୍ୱର ଆଣିବା ପରେ  କୋର୍ଟରେ ହାଜର କରିଥିଲା  ।  ପରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଏମ୍‌ଡ଼ି ପ୍ରତାପ ।

 

 

Leave a Reply