ଋଣ ନାଁରେ ବିଭିନ୍ନ ସଂସ୍ଥାଙ୍କୁ ୧୦୦ କୋଟିର ଚୂନ୍ ଲଗାଇଛନ୍ତି ଦମ୍ପତି, ବନ୍ଧାହେଲେ ପତ୍ନୀ

ଭୁବନେଶ୍ୱର: ଆଳୁ ଖୋଳୁ ଖୋଳୁ ମହାଦେବ । ୫ କୋଟି ଟଙ୍କା ଠକେଇର ତନାଘନା କରୁ କରୁ ଶହେ କୋଟି ଠକେଇର ପର୍ଦ୍ଦାଫାସ କଲା ଇଓଡବ୍ଲୁ । ରାଜଧାନୀରେ ଶହେ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ଦିୟା ଡାଏରୀ ଏଗ୍ରୋ ପ୍ରୋସେସରର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋ । ଅମ୍ରିତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅର୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଅଭିଯୋଗ ଅନୁସାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ପରେ ବିଚାବିଭାଗୀୟ ହାଜକୁ ପଠାଇ ଦିଆଯାଇଛି ।

EOW Arrested Amrita Kindo In 100 Crore Cheat Case

ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡ୍ ଏମଡି ତଥା ଅମ୍ରିତାଙ୍କ ସ୍ୱାମୀ ଅର୍ଣ୍ଣପୂର୍ଣ୍ଣା ପ୍ରାଇଭେଟ୍ ଲିମିଟେଡରେ ଜାଲ୍ ଡକ୍ୟୁମେଣ୍ଟ ଦେଇ ୫ କୋଟି ଋଣ ଆଣି ଫେରାଇ ନଥିଲେ । ଏସଏଚଜି ଗ୍ରୁପକୁ ଋଣ ଦେବା ପାଇଁ ଏହି ଲୋନ୍ ଅପ୍ଲାଏ କରିଥିଲେ । ଅମ୍ରିତାଙ୍କ ସ୍ୱାମୀ ତଥା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିଟିଡେର ଏମଡି ଥିବା ଦୀପକ କୁଣ୍ଡୁଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

EOW Arrested Amrita Kindo In 100 Crore Cheat Case

ମାମଲାର ତନାଘନା କରୁ କରୁ ବିଭିନ୍ନ କମ୍ପାନୀଠୁ ୧୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ସୂଚନା ମିଳିଛି । ଦିଆ ଡାଏରୀ ଆଗ୍ରୋ ପ୍ରୋସେସର ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ସିଷ୍ଟର କମ୍ପାନୀ । ୨୦୧୭ରୁ ୨୦୨୦ ମଧ୍ୟରେ ଉଭୟ କମ୍ପାନୀ ମଧ୍ୟରେ ଟଙ୍କା ନେଣଦେଣର ପ୍ରମାଣ ପାଇଛି ଅର୍ଥନୈତିକ ଅପରାଧ ଶାଖା ।

Leave a Reply