କ୍ରାଇମବ୍ରାଞ୍ଚ EOW ହାତରେ ପୁଣି ଜଣେ ବଡ଼ ଠକ
1 min read
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ EOW ହାତରେ ପୁଣି ଜଣେ ବଡ଼ ଠକ । ବିହାର କେଶଦେଓରା ଗ୍ରାମରୁ ଅମିତ ସିଂହଙ୍କୁ ଗିରଫ କରିଛି EOW । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ଓ୍ବେବ୍ସସାଇଟ୍ ଖୋଲି ୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ପିଲାଙ୍କୁ ଠକିବାରେ ସଫଳ ହୋଇଥିଲା ଅମିତ୍ । ଫେକ୍ ଓ୍ବେବ୍ସାଇଟ କରି ଚାକିରି ଦେବାକୁ କହି ଲଗାଉଥିଲା ଚୂନ ।
ଦିଲ୍ଲୀ, ମୁମ୍ବାଇ, ଡେରାଡୁନରେ ଅମିତର ଥିଲା ମୁଖ୍ୟ ଅଫିସ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାରେ ବ୍ୟବହାର ସମସ୍ତ ଓ୍ବେବସାଇଟକୁ ପରିଚାଳନା କରୁଥିଲା ଅମିତ । ଇଓଡବଲୁ ଅମିତ ବିରୁଦ୍ଧରେ ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ଆଇଟି ଆକ୍ଟ ୬୬ ବି ଦଫାରେ କୋର୍ଟ ଚାଲାଣ କରାଯାଇଛି । ଅମିତ ଜଣେ ଆଇଟି ପ୍ରଫେସନାଲ ବୋଲି ଇଓଡବ୍ଲୁ ଯାଣିବାକୁ ପାଇଛି ।