ଶହେରୁ ୭୦ ବାଘ ଭାରତରେ, ବିଶ୍ୱ ସ୍ତରରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ଭାରତ

javadekar supriyo

ଭାରତ ବାଘବହୁଳ ଦେଶ । ଦେଶରେ ଯଥେଷ୍ଟ ସଂଖ୍ୟାରେ ବାଘ ଦେଖିବାକୁ ମିଳନ୍ତି । ତେବେ ଶହେରୁ ୭୦ ଭାଗ ବାଘ ଦେଶରେ ଥିବା ହେତୁ ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟ ବ୍ୟାଘ୍ର ସଂରକ୍ଷଣ ପାଇଁ ଦେଶକୁ ସବୁ ପ୍ରକାର ସହଯୋଗ ଯୋଗାଉଛନ୍ତି । ସେହିଭଳି ପାଖାପାଖି ୩୦ ହଜାର ହାତୀ ଓ ୫ଶହ ସିଂହ ଅଛନ୍ତି  । ସେମାନଙ୍କ ସୁରକ୍ଷା ପାଇଁ ଅପେକ୍ଷାକୃତ ଅଧିକ ଯତ୍ନବାନ ହେବା ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ସରକାର  ।

Tiger spotting in India

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ଏଭଳି କହିଛନ୍ତି  । ବାଘ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଦେଶ ଭଲ ଅଗ୍ରଗତୀ କରୁଛି । ୧୯୭୩ ମସିହାରେ ଦେଶରେ ବାଘ ସଂରକ୍ଷଣ କେନ୍ଦ୍ର ସଂଖ୍ୟା ୭ରେ ଥିଲା । ଏବେ ୫୦ରେ ପହଁଚିଲାଣି  । ଉଲ୍ଲେଖ ଯୋଗ୍ୟ ଯେ ବିଶ୍ୱରେ ବର୍ତ୍ତମାନ ୧୩ଟି ଦେଶରେ ବାଘ ଦେଖିବାକୁ ମିଳୁଛନ୍ତି  । ଏମାନଙ୍କ ମଧ୍ୟ ଭାରତ ପ୍ରମୁଖ ଓ ସ୍ୱତନ୍ତ୍ର  ବୋଲି କେନ୍ଦ୍ରମନ୍ତ୍ରୀ ଜାବଡେକର କହିଛନ୍ତି ଉଲ୍ଲେଖଯୋଗ୍ୟ ଯେ ଅଲ୍ ଇଣ୍ଡିଆ ଟାଇଗର ଏଷ୍ଟିମେସନ୍ ରିପୋର୍ଟ ପ୍ରକାଶ ଅବସରରେ ମନ୍ତ୍ରୀ ପ୍ରକାଶ ଜାବଡେକର ଏଭଳି କହିଛନ୍ତି ।

ତେବେ ବାଘ ସୁରକ୍ଷା ପାଇଁ ସରକାର ଆହୁରି ସକ୍ରିୟ ଭାବେ କାର୍ଯ୍ୟକମ୍ର ହାତକୁ ନେଉଛନ୍ତି । ତେବେ ବାଘ ସଂରକ୍ଷଣ କ୍ଷେତ୍ରରେ ଏହ ପ୍ରମୁଖ ଆହ୍ୱାନ ହେଇଛି ସେମାନଙ୍କୁ ଯଥେଷ୍ଟ ଆହାର ଓ ଜଳ ମିଳି ନପାରିବା । ସରକାର ଏସବୁ କ୍ଷେତ୍ର ଉପରେ ଗୁରୁତ୍ୱ ଦେବା ନେଇ ବିଚାର କରୁଛନ୍ତି । କିଭଳି ଭାବେ ବାଘ ସଂରକ୍ଷଣ  କ୍ଷେତ୍ରରେ ଜଳ ଓ ଖାଦ୍ୟ ଶୃଙ୍ଖଳ ପରିବେଶକୁ ଭଲ କରିହେବ ସେ ନେଇ ମଧ୍ୟ ପ୍ରୟାସ କରାଯାଉଛି । ତେବେ ଖୁବ୍ କମେ ଦେଶରେ ବାଘ ଦେଖିବାକୁ ମିଳୁଛି ଓ ଏମାନଙ୍କ ମଧ୍ୟରେ ଭାରତର ସଂଖ୍ୟା ଉଲ୍ଲେଖନୀୟ ହୋଇଥିବା ହେତୁ ଭାରତ ବାଘ ସଂରକ୍ଷଣ କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ରହିଥିବା ମନ୍ତ୍ରୀ ଜଣାଇଛନ୍ତି । ଅନ୍ୟପକ୍ଷରେ ଜୈବ ବିବିଧତା କ୍ଷେତ୍ରରେ ଭାରତ ୧୨ ପ୍ରତିଶତ ଅଂଶର ସହଯୋଗୀତା ରଖିଛି ବୋଲି ସେ କହିଛନ୍ତି ।

Leave a Reply