spot_img

Latest Posts

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ପୁରା ସପିଂ ମଲ୍‌

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ । ଶର୍ମା ହୋଟେଲ ଛକ ନିକଟରେ ଥିବା ବିଭିନ୍ନ ଦୋକାନ ଘରେ ନିଆଁ ଲାଗିଛି । ପ୍ରାୟ ୧୦ରୁ ୧୨ଟି ଦୋକାନ ଘରେ ନିଆଁ ଲାଗିଛି । ବାମନଘାଟି ସବଡିଭିଜନର ବିଭିନ୍ନ ସ୍ଥାନରେ ଥିବା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି । ତେବେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ମଲ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ  ୩ଟି ଅଗ୍ନିଶମ ବାହିନୀ କର୍ମଚାରୀ ପକ୍ଷରୁ  ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସକାଳ ୭ଟା ସୁଦ୍ଧା ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା ଏସ୍‌ପି ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି ।

Latest Posts

Don't Miss