୧୧୭ ଦିନ ପରେ ପଡ଼ିଆକୁ ଓହ୍ଲାଇଲେ କ୍ରିକେଟର, କିନ୍ତୁ…

1 min read

ସାଉଥଆମ୍ପଟନ୍: ପିଚ୍, ପ୍ଲେୟାର ସମସ୍ତେ ପ୍ରସ୍ତୁତ । ବାଧକ ସାଜିଛି ବର୍ଷା । କରୋନା ପାଇଁ ବନ୍ଦ ଥିବା ଲୋକପ୍ରିୟ କ୍ରିକେଟ ଖେଳ ପୁଣି ଆରମ୍ଭ ହୋଇଛି । ପ୍ରାୟ ୧୧୭ ଦିନ ପରେ ଖେଳାଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଇଂଲଣ୍ଡ-ଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୩ ଶୃଙ୍ଖଳା ବିଶିଷ୍ଟ ଟେଷ୍ଟର ପ୍ରଥମ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିଛି । ବର୍ଷା ହେଉଥିବାରୁ ଏଯାଏଁ ଟସ୍ ପଡ଼ିପାରିନାହିଁ ।

ଟସ୍ ପଡ଼ିନଥିବାରୁ ଲଞ୍ଚ୍ ପୂର୍ବରୁ ଖେଳ ଆରମ୍ଭ ହୋଇପାରିବ ନାହିଁ । ମାର୍ଚ୍ଚରୁ ବନ୍ଦ ଥିବା ଖେଳର ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ-ଇଣ୍ଡିଜ୍ ମଧ୍ୟରେ ଆଜି ଖେଳା ଯାଇଥାନ୍ତା । ଶେଷଥର ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟେଷ୍ଟ ଖେଳା ଯାଇଥିଲା । ତାପରେ ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ନିର୍ଦ୍ଧାରିତ ଖେଳ ସୂଚୀକୁ ସ୍ଥଗିତ ରଖାଯାଇଥିଲା । ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଖେଳ ବିନା ଦର୍ଶକରେ ଖେଳା ଯାଇଥାନ୍ତା ।

ଷ୍ଟାଡିୟମରେ ବିନା ଦର୍ଶକରେ ହୋଇଥାନ୍ତା ଲଢ଼େଇ । ଘରେ ବସି ଟେଲିଭିଜନରେ କ୍ରୀଡ଼ାପ୍ରେମୀ କ୍ରିକେଟ୍ ମ୍ୟାଚ୍ ଦେଖିଥାନ୍ତେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ସଂକ୍ରମଣ ଏଡ଼ାଇବାକୁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଥିବା ବେଳେ ବଲରେ ଲାଳ ଲଗାଇବାକୁ ଖେଳାଳିଙ୍କୁ ବାରଣ କରାଯାଇଛି ।

Leave a Reply