ଅସ୍ତ୍ରୋପଚାର ପରେ ବେନ୍ ଷ୍ଟୋକ୍ସ ନିଜର ରଖିଲେ ନୂଆ ନାମ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟେଷ୍ଟ ସିରିଜରେ ବେନ ଷ୍ଟୋକ୍ସ ହାମଷ୍ଟ୍ରିଂ ଆଘାତ ପାଇଥିଲେ। ଗତ ବର୍ଷ ଡିସେମ୍ବର ମାସରେ ଇଂଲଣ୍ଡ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିଲା। ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚରେ ସେ ହାମଷ୍ଟ୍ରିଂ ଆଘାତ ପାଇଥିଲେ, ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ବର୍ତ୍ତମାନ ସେ ନିଜ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ପରେ ଷ୍ଟୋକ୍ସ ତାଙ୍କ ପାଦର ଏକ ଚିତ୍ର ସେୟାର କରିଥିଲେ, ଯେଉଁଥିରେ ସେ ଏକ ବ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି  । ସେ କାରରେ ଅଛନ୍ତି ଏବଂ ତାଙ୍କ ପାଦ ତଳେ ଏକ ତକିଆ ମଧ୍ୟ ରଖିଛନ୍ତି  । ସେ ନିଜକୁ ଏକ ନୂତନ ନାମ ‘ବାୟୋନିକ୍ ମ୍ୟାନ୍’ ମଧ୍ୟ ଦେଇଥିଲେ । ଏହାର ସବୁଠାରୁ ବଡ କାରଣ ହେଉଛି ଅସ୍ତ୍ରୋପଚାର ପରେ ତାଙ୍କ ଗୋଡରେ ଲାଗିଥିବା ଭାରୀ ଯନ୍ତ୍ର  । କିନ୍ତୁ ପ୍ରଶ୍ନ ହେଉଛି ସେ କେବେ ପଡିଆକୁ ଓହ୍ଲାଇବେ?

ଅସ୍ତ୍ରୋପଚାର ପରେ ବେନ ଷ୍ଟୋକ୍ସଙ୍କ ଗୋଡରେ ମେସିନ୍ ଲଗାଯାଇଥିବା ଦେଖିବା ପରେ, ସେ କେତେ ଦିନ ପଡ଼ିଆରେ ରହିବେ ସେନେଇ ପ୍ରଶ୍ନ ଜଟତଳ ହୋଇଛି । ରିପୋର୍ଟ ଅନୁଯାୟୀ, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୩ ମାସ ଲାଗିବ। ତେବେ ସେ ଖୁବ ଶୀଘ୍ର କାର୍ଯ୍ୟରେ ନଜର ଆସିବେ ବୋଲି ତାଙ୍କ ପୋଷ୍ଟରେ ସୂଚନା ଦେଇଛନ୍ତି। ଇଂଲଣ୍ଡ ଅଧିନାୟକ ଲେଖିଛନ୍ତି, ‘ସର୍ଜରୀ ହୋଇଛି। ସେଥିପାଇଁ ମୁଁ କିଛି ଦିନ ପାଇଁ ଏକ ବାୟୋନିକ୍ ମଣିଷ ହୋଇଗଲି  । ଶୀଘ୍ର ଫେରିବି  । ତାଙ୍କ ପୋଷ୍ଟରେ ଅନେକ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ର କାମନା କରିଛନ୍ତି ।