ସାଇବର ସୁନ୍ଦରୀ ଜାଲରେ ଇଞ୍ଜିନିୟରିଂ ଛାତ୍ର, ଟ୍ରେଡିଂ ଆପ୍ ଜରିଆରେ ୧୫ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର: ରାଜଧାନୀରେ ସାଇବର ଠକେଇର ନୂଆ ଫଣ୍ଡା । ଚିନ୍ତା ବଢ଼ାଇଛି ଅନଲାଇନ ଟ୍ରେଡିଂ ଆପ୍ଲିକେସନ୍ । ସାଇବର ସୁନ୍ଦରୀଙ୍କ ଜାଲରେ ପଡୁଛନ୍ତି ଇଞ୍ଜିନିୟରିଂ ଛାତ୍ର । ଅଧିକ ଲାଭ ପାଇବା ନିଶାରେ ଟ୍ରେଡିଂ ଆପରେ ଇନଭେଷ୍ଟ ବାହାନାରେ ଠକେଇ । ଟ୍ରେଡିଂ ଆପରେ ଇନଭେଷ୍ଟ କରି ୧୫ ଲକ୍ଷ ଠକେଇର ଶିକାର ଇଞ୍ଜିନିୟରିଂ ଛାତ୍ର ।

୪ ଘଣ୍ଟାରେ ୬ ଗୁଣ ଲୋଭରେ ୧୫ ଲକ୍ଷ ଟଙ୍କା ଗାଏବ । ଫେସବୁକ ଓ ଟ୍ରେଲିଗ୍ରାମର ଜରିଆରେ ଲିଙ୍କ ପଠାଉଥିଲେ ଠକ । ଲିଙ୍କରେ କ୍ଳିକ କରି ଟଙ୍କା ଇନଭେଷ୍ଟ କରିବାରୁ କହୁଥିଲେ । ବିଶ୍ବାସ ଜନ୍ମେଇବା ପାଇଁ ଠକ ପ୍ରଥମେ ଦୁଇଗଣା ଟଙ୍କା ଦେଇଥିଲା । ପରେ ଅଧିକ ଟଙ୍କା ଲଗାଇବାକୁ ଲୋଭ ଦେଖାଇଥିଲା । ଜାଲରେ ଫଶିଗଲା ପରେ ଠକ ଲୁଟି ନେଉଥିଲା ଟଙ୍କା । ଏନେଇ ସାଇବର ଥାନାରେ ଇଞ୍ଜିନିୟରିଂ ଛାତ୍ରଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଛି ତଦନ୍ତ ।