spot_img

Latest Posts

ପୋଲ ନିର୍ମାଣ ସ୍ଥଳରୁ ଇଂଜିନିୟର-ରାଜମିସ୍ତ୍ରୀ ଅପହରଣ, ଜଙ୍ଗଲରେ ଖୋଜୁଛନ୍ତି ପତ୍ନୀ

ମାଲକାନଗିରି: ଇଂଜିନିୟର ଓ ଜଣେ ରାଜମିସ୍ତ୍ରୀଙ୍କୁ  ମାଓବାଦୀଙ୍କ ଅପହରଣ  ।  ତୁରନ୍ତ ଅପହୃତଙ୍କୁ ମୁକୁଳାଇବା ନେଇ ସେମାନଙ୍କ ପତ୍ନୀ ନିବେଦନ କରିଛନ୍ତି। ସେମାନଙ୍କୁ ନିସର୍ତ୍ତରେ ମୁକୁଲାଇବାକୁ ଇଂଜିନିୟରଙ୍କ ପତ୍ନୀ ସୋନାଲି ନିବେଦନ କରିଛନ୍ତି। ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର । ଗତ ଶୁକ୍ରବାର ଦିନ ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ପୋଲ ନିର୍ମାଣ କାମ ଦେଖିବାକୁ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ପାୱାର ଏବଂ ରାଜ ମିସ୍ତ୍ରୀ ଆନନ୍ଦ କିଶୋରଙ୍କୁ ମାଓବାଦୀ ଅପହରଣ କରି ନେଇଯାଇଛନ୍ତି।

ତେବେ ଏମାନଙ୍କୁ ଛାଡି ଦେବାକୁ ଯନ୍ତ୍ରୀଙ୍କ ସ୍ତ୍ରୀ ସୋନାଲି ପାୱାର ନିବେଦନ କରିଛନ୍ତି। କୋଳରେ ଛୁଆ ଧରି ଜଙ୍ଗଲରେ ବୁଲୁଥିବା ଭିଡ଼ିଓ ଭାଇରଲ ହେଇଛି। ଏଭଳି ଦୃଶ୍ୟ ଦେଖୀ ଗ୍ରାମବାସୀ ଏବଂ ଆଦିବାସୀ ନେତୃବୃନ୍ଦ ତୁରନ୍ତ ସେମାନଙ୍କୁ ଖଲାସ କରିବାକୁ ମାଓବାଦୀଙ୍କୁ ନିବେଦନ କରିଛନ୍ତି। ସେହିପରି ରାଜମିସ୍ତ୍ରୀଙ୍କ ପତ୍ନୀ ମଧ୍ୟ ମାଓବାଦୀଙ୍କୁ ତାଙ୍କ ସ୍ୱାମୀଙ୍କୁ ମୁକୁଳାଇବାକୁ ନିବେଦନ କରିଛନ୍ତି। ଅପହରଣ ହେବାର 6 ଦିନ ପରେ ବି ଏମାନଙ୍କର କୌଣସି ପତ୍ତା ନମିଳିବାରୁ ନକ୍ସଲ ଏମାନଙ୍କୁ ଅପହରଣ କରିନେଥିବା ଅନୁମାନ କରାଯାଉଛି।

ତେବେ ଇଂଜିନିୟର ଲାକ୍ରାଙ୍କୁ ଖୋଜିବାକୁ କିଛି ଲୋକ ଜଙ୍ଗଲକୁ ଯାଇଥିବା ଜଣାପଡିଛି । ସେପଟେ ମାଓବାଦୀଙ୍କ ତରଫରୁ ମଧ୍ୟ ଏମାନଙ୍କୁ ଅପହରଣ କରିନେଇଥିବା ନେଇ କୌଣସି ସ୍ପଷ୍ଟକରଣ ଦିଆଯାଇ ନାହିଁ । ସୂଚନା ମୁତାବକ ସାଦା ପୋଷକଧାରୀ ଏମାନଙ୍କୁ ଅପହରଣ କରିନେଇଛନ୍ତି । ତେଣୁ ମାଓବାଦୀ କିମ୍ବା ଅନ୍ୟ କାହାର ହାତ ଏହି ଅପହରଣରେ ରହିଛି, ତାହା  ସ୍ପଷ୍ଟ ହୋଇନାହିଁ । ପୁଲିସ ଏନେଇ ତଦନ୍ତ କରୁଥିବା ବସ୍ତର ଆଇଜି ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି।

Latest Posts

Don't Miss