spot_img

Latest Posts

କ୍ରିକେଟ୍ ଖେଳୁଥିବା ବେଳେ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ନୂଆଦିଲ୍ଲୀ: ନୋଏଡାରେ ଚାଲିଥିବା ଏକ କ୍ରିକେଟ୍ ମ୍ୟାଚରେ ଘଟିଯାଇଛି ଅଘଟଣ । ଯାହାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଗତ ସପ୍ତାହରେ ମ୍ୟାଚ୍ ଖେଳୁଥିବା ବେଳେ  ଜଣେ ୩୬ ବର୍ଷୀୟ ଇଞ୍ଜିନିୟରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ବିକାଶ ନେଗି ନାମକ ଜଣେ ବ୍ୟକ୍ତି ରନ୍ ପାଇଁ ଦୌଡୁଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ ।

ଉତ୍ତରପ୍ରଦେଶର ବିକାଶ ନେଗି ସପରିବାର ସହିତ ଦିଲ୍ଲୀର ରୋହିଣୀରେ ରହୁଥିଲେ ଏବଂ ନୋଏଡାସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ବୁଧବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣା ଜାନୁଆରୀ ୬ରେ, ସେକ୍ଟର ୧୩୫ରେ ଥିବା ଆରେନା କ୍ରିକେଟ୍ ଗ୍ରାଉଣ୍ଡରେ ସକାଳ ପ୍ରାୟ ୧୧.୪୦ମି. ସମୟରେ ଘଟିଥିଲା।

“ସେ ତଳେ ପଡ଼ିଯିବା ପରେ ତାଙ୍କୁ ସଙ୍ଗେସଙ୍ଗେ ଜୟପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା’’। ତେବେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ନେଗି ତଳେ ପଡିଯିବା ପରେ  ୱିକେଟ୍ କିପର ଏବଂ ଅନ୍ୟ ଖେଳାଳିମାନେ ତାଙ୍କ ଆଡ଼କୁ ଦୌଡିଥିଲେ।

Latest Posts

Don't Miss