ଇଡି ସ୍କାନରରେ ପାଠକ-ପ୍ରଦୀପ

ଭୁବନେଶ୍ୱର: ପାଠକ ବାପପୁଅ ଓ ଭାବି ସମୁଦି ଅର୍ଥାତ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାରେ ଖୋଳତାଡ କରୁଛି ଇଡି । ୩ଟି ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବର୍ତ୍ତମାନ ବ୍ୟାଙ୍କରୁ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କରାଯାଉଛି । ପରେ ୩ଜଣଙ୍କୁ ଜେରା ପାଇଁ ସ୍ପେଶାଲ କୋର୍ଟରେ ଆବେଦନ କରିବ ଇଡି ।
ପ୍ରାଥମିକ ତଦନ୍ତରୁ ପ୍ରଦୀପଙ୍କ ଆକାଉଣ୍ଟକୁ ୨ କୋଟି ୪୦ ଲକ୍ଷ ଟଙ୍କା ଆସିଥିବା ସୂଚନା ମିଲିଥିବା ବେଳେ ଜେରା ପରେ ବ୍ୟାପକ ତଥ୍ୟ ମିଳିପାରିବ । ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ ଭିତରେ ଜେରା କରାଯିବ । ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ କାରବାରର ପ୍ରମାଣ ମିଳିଛି । ଆବଶ୍ୟକ ସ୍ଥଳେ ପ୍ରଦୀପ ଓ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମଧ୍ୟ ହୋଇପାରେ