ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୭ ଦିନ ଧରି ପଚରା ଉଚରା କରିବା ପରେ ଶେଷରେ ଦମ୍ପତିଙ୍କୁ ଗିରଫ କରିଛି ଇଡି । ରିମାଣ୍ଡର ଶେଷ ଦିନରେ ଗିରଫ ହୋଇଛନ୍ତି ଦୁଇଜଣ । ମନିଲଣ୍ଡରିଂ ନିବାରଣ ଆକ୍ଚର ଧାରା ୧୧ ଅନୁଯାୟୀ ଅର୍ଚ୍ଚନାଙ୍କୁ ଇଡି ବାନ୍ଧିଛି । ପୂର୍ବରୁ ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ପ୍ରଧାନଙ୍କୁ ଇଡି ଗିରଫ କରିଥିଲା ।  ଆଜି ବ୍ଲାକମେଲ୍ ଓ ଏକ୍ସଟର୍ସନ ମାମଲାରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏସଡିଜେଏମ କୋର୍ଟ ଭୁବନେଶ୍ୱରରେ ହାଜର ହୋଇଥିଲେ ।

 ଗତ ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା । ଇଡି ରିମାଣ୍ଡ ଅବଧିରେ ଅର୍ଚ୍ଚନାଙ୍କୁ ମାମଲା ସମ୍ବନ୍ଧତି ଅନେକ ପ୍ରଶ୍ନ କରିଥିଲା । ହେଲେ ଅର୍ଚ୍ଚନା ମୁହଁ ଖୋଲିନଥିଲେ। ଆଜି ଶେଷ ଦିନରେ ତାଙ୍କୁ ଗିରଫ କରି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦୁଙ୍କୁ ମଧ୍ୟ ୧୫ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଛି ।