ସରିଲା ଜି-୨୦ ଶିଖର ସମ୍ମିଳନୀ
1 min read
ନୂଆଦିଲ୍ଲୀ: ସରିଲା ଜି-୨୦ ମହାକୁମ୍ଭ । ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ହାତରେ ସଭାପତିତ୍ବ ଭାର ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାବର୍ଷ ଜୁଲାଇରେ ବ୍ରାଜିଲର ରିଓ ଡି ଜେନେରୋରେ ହେବ ପରବର୍ତ୍ତୀ ସମ୍ମିଳନୀ । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ ଆହ୍ବାନରେ ଅନୁଷ୍ଠିତ ସମ୍ମିଳନୀରେ ସବୁଜ ଜଳବାୟୁ ପାଣ୍ଠି ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ବିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି । ଏହି ଐତିହାସିକ ସମ୍ମିଳନୀରେ ଗୃହୀତ ନୂଆଦିଲ୍ଲୀ ଘୋଷଣାନାମା ଲାଗି ଲାଗିଯାଇଥିଲା ୨୦୦ ଘଣ୍ଟା । ବସିଥିଲା ୩୦୦ରୁ ଅଧିକ ବୈଠକ । ଏହା ସହ ଆମେରିକା, ଭାରତ, ସାଉଦିଆରବ ଓ ଉପସାଗରୀୟ ରାଷ୍ଟ୍ରମଧ୍ୟରେ ଯୋଗାଯୋଗ ନେଇ ହୋଇଥିଲା ଐତିହାସିକ ବୁଝାମଣା । ସମ୍ମିଳନୀରେ ଆଫ୍ରିକାନ ୟୁନିଅନକୁ କରାଯାଇଥିଲା ନୂଆ ସଦସ୍ୟ ।