spot_img

Latest Posts

କାଲି ହେବ ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାର…

ନନ୍ଦିଘୋଷ ବ୍ୟୁରୋ : ପରଲୋକରେ ଆଶା ଭୋସଲେ । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି । ୯୨ ବର୍ଷ ବୟସରେ ଆଶା ଭୋସଲେଙ୍କ ପରଲୋକ ହୋଇଛି । ଗତକାଲି ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ହୃଦ୍‌ଘାତ ହୋଇଥିଲା ଏବଂ ସେ ଇମର୍ଜେନ୍ସି ମେଡିକାଲ୍ ସର୍ଭିସ୍ ୟୁନିଟରେ ଗତକାଲି ଭର୍ତ୍ତି ହୋଇଥିଲେ । ଆଶଙ୍କ ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଆଶା ଭୋସଲେଙ୍କ ପୁଅ ଆନନ୍ଦ ଭୋସଲେ କହିଛନ୍ତି କାଲି ତାଙ୍କର ଅନ୍ତିମ ସଂସ୍କାର ହେବ ।
ଆଶା ଭୋସଲେଙ୍କ ଜନ୍ମ ୮ ସେପ୍ଟେମ୍ବର ୧୯୩୩ ମସିହାରେ ମହାରାଷ୍ଟ୍ରରରେ ହୋଇଥିଲା। ସେ ଲତା ମଙ୍ଗେଶକରଙ୍କ ସାନ ଭଉଣୀ। ତାଙ୍କ ପରିବାରରେ ସଙ୍ଗୀତ ଶିକ୍ଷାର ଏକ ପରମ୍ପରା ଥିଲା। ତାଙ୍କ ପିତା ଜଣେ ଶାସ୍ତ୍ରୀୟ ସଂଗୀତ ଗାୟକ ଥିଲେ ଓ ଅଭିନୟ ବି କରୁଥିଲେ । ଆଶା ଭୋସଲେ ୧୯୪୩ ମସିହାରେ ମାତ୍ର ୧୦ ବର୍ଷ ବୟସରେ ପ୍ରଥମ ଗୀତ ଗାଇଥିଲେ। କିନ୍ତୁ ୧୯୪୮ ମସିହାରେ ‘ଚୁନରିୟା’ ଫିଲ୍ମରେ ଗୀତ ଗାଇ ସେ ବଲିଉଡ୍ ରେ ପ୍ରବେଶ କରିଥିଲେ। ସେ ପ୍ରାୟ ୧୨,୦୦୦ ରୁ ଅଧିକ ଗୀତ ୨୦ରୁ ଅଧିକ ଭାଷାରେ ଗାଇଛନ୍ତି। ତାଙ୍କ କଣ୍ଠର ବିଶେଷତ୍ୱ ହେଉଛି ଅସାଧାରଣ ବିବିଧତା। ରୋମାଣ୍ଟିକ୍, ଦୁଃଖୀ, ଗଜଲ୍, ଓ ଡାନ୍ସ ଧମାକା — ସବୁ ଧରଣର ଗୀତ ସେ ଚମତ୍କାର ଦକ୍ଷତାର ସହିତ ଗାଇଛନ୍ତି। ସେ ଓ.ପି. ନୟ୍ୟାର୍, ଆର.ଡି. ବର୍ମନ୍ ଆଦି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି। ‘ଚୁରା ଲିୟା ହୈ ତୁମ୍‌ନେ ଜୋ ଦିଲ୍ କୋ ‘, ‘ଅଭି ନା ଜାଓ ଛୋଡ଼ କର’,’ପିୟା ତୁ ଅବ୍ ତୋ ଆଜା’ ପ୍ରମୁଖ ଗୀତ ଏବେ ବି ଯୁବପିଢ଼ିଙ୍କୁ ମତୁଆଲା କରେ ।

Latest Posts

Don't Miss