ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମଙ୍କୁ ଏନକାଉଣ୍ଟର

ସମ୍ବଲପୁର: ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ପୁଣି ଆକ୍ସନ । ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀଙ୍କୁ ଏନକାଉଣ୍ଟର କଲା ଗୋବିନ୍ଦପୁର ଥାନା ପୋଲିସ । ରଙ୍ଗିଆଟିକିରାରେ ହୋଇଛି ଏହି ଏନକାଉଣ୍ଟର । ସୀତାରାମଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପ୍ରଥମେ ତାକୁ କୁଚିଣ୍ଡା ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ ପୋଲିସ ସୀତାରାମଙ୍କୁ ଗିରଫ କରିବାକୁ ଯାଇଥିଲା । ତେବେ ସୀତାରାମ ଫେରାର ହେବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ଚଲାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ମାଡ଼ କରିଥିଲା ।
ସୀତାରମା ନାଁରେ ବିଭିନ୍ନ ଥାନାରେ ଡକାୟତି, ଚୋରି, ହତ୍ୟା ଉଦ୍ୟମ ଭଳି ୨୫ରୁ ଊର୍ଦ୍ଧ୍ବ ମାମଲା ରହିଛି । ତା’ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋକା, ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ ଜବତ କରିଛି ପୋଲିସ |