ପୁଲୱାମାରେ ଗୁଳି ବିନିମୟରେ ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

1 min read
Encounter Underway Security Forces And Terrorists Pulwama

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସେହିଭଳି ଜଣେ ଆତଙ୍କାବାଦୀ ନିହତ ହୋଇଛି । ବିଳମ୍ବିତ ରାତିରେ ସୁରକ୍ଷାବାହିନୀଙ୍କୁ କିଛି ଆତଙ୍କବାଦୀ ଛପିଥିବା ନେଇ ସୂଚନା ମିଳିଥିଲା ।

ଯାହାପରେ ସେନା ସର୍ଚ୍ଚ ଅପରେସନ୍ କରି ଆତଙ୍କବାଦୀ ଥିବା ସ୍ଥାନରେ ପହଞ୍ଚିଥିଲା । ପ୍ରଥମେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ଏହାପରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ମଧ ଗୁଳି ବିନିମୟ ଜାରି ରହିଛି ।

Encounter Underway Security Forces And Terrorists Pulwama

ଏହାପରେ ବୁଧବାର କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଲସ୍କର ଏ ତୋଇବାର ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Leave a Reply