ସେନା, ସିଆରପିଏଫ୍ ଓ ପୋଲିସର ମିଳିତ ଅପରେସନ୍ : ୨ ଯବାନ ଆହାତ

ଜାମ୍ମୁ କାଶ୍ମୀର: ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । କାକାପୋରା ମାରଓ୍ୱଲ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ୍ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀ ଫାୟାରିଂ ଆରମ୍ଭ କରିଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି । ଗୁଳି ବିନିମୟରେ ଦୁଇ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ସୋମବାର ରାତିରୁ ପୋଲିସ ଏବଂ ସେନା ପକ୍ଷରୁ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିବା ସୂଚନା ରହିଛି । ଗତକାଲି ମଧ୍ୟ ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।