ପ୍ରତିଶୋଧ ନେଲେ ସୁରକ୍ଷା କର୍ମୀ, ପୁଲୱାମାରେ ଜଣେ ଆତଙ୍କବାଦୀକୁ କଲେ ନିପାତ

ଶ୍ରୀନଗର: ପ୍ରତିଶୋଧ ନେଲେ ଜମ୍ମୁ ସୁରକ୍ଷା କର୍ମୀ । ପୁଲୱାମାରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ଯବାନ । ରବିବାର ଆତଙ୍କବାଦୀ ଜଣେ କାଶ୍ମୀର ପଣ୍ଡିତଙ୍କୁ ମାରି ଦେଇଥିଲେ । ଦିନକ ପରେ ସୁରକ୍ଷା କର୍ମୀ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛନ୍ତି । ଆଜି ପୁଲୱାମା ଅବନ୍ତିପୁରା ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ଯବାନ ଓ ଆତଙ୍କବାଦୀ । ଏବେବି ପୁରା ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି ।
ରବିବାର ସଞ୍ଜୟ ଶର୍ମା ନାମକ ଜଣେ କାଶ୍ମୀର ପଣ୍ଡିତ ଡେଲି ମାର୍କେଟ ଯାଉଥିବା ବେଳେ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଗୁଳିମାଡ଼ରେ ଗୁରୁତର ସଞ୍ଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ।