୨୪ ଘଣ୍ଟାରେ ତୃତୀୟ ଏନକାଉଣ୍ଟର, କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

1 min read
Encounter Starts At Redwani Area Of Kulgam Two Three Terrorist Trapped

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟ କୁଲଗାମର ରେଡବାନି ଅଞ୍ଚଳରେ ଚାଲିଛି । ପୋଲିସ ସୂଚନା ଅନୁସାରେ ଦୁଇରୁ ତିନିଜଣ ଆତଙ୍କବାଦୀ ଛପିଥିବା ଆଶଙ୍କା କରାଯାଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହା ତୃତୀୟ ଗୁଳି ବିନିମୟ । ଗୁରୁବାର ଦକ୍ଷିଣ କାଶ୍ମୀରର ଦୁଇଟି ଅଲଗା ଅଲଗା ସ୍ଥାନରେ ଗୁଳି ବିନିମୟ ହୋଇଥିବା ବେଳେ ୪ ଆତଙ୍କବାଦୀ ନିହତ ହୋଇଥିଲେ ।

ଜାମ୍ମୁ-କାଶ୍ମୀର କୁଲଗାମ ଓ ପୁଲୱାମାରେ ଅଲଗା ଅଲଗା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ତାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଗୁଳି ବିନିମୟରେ ଲସ୍କର ଏ ତୋଇବାର ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ମଧ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

Encounter Starts At Redwani Area Of Kulgam Two Three Terrorist Trapped

ବିଗତ କିଛିଦିନ ହେଲା ଜାମ୍ମୁ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗତ ମାସରେ ତ୍ରାଲରେ ଆତଙ୍କବାଦୀ ଏସପିଓ ଫୈୟାଜ୍ ଅହମ୍ମଦ ଓ ତାଙ୍କ ପତ୍ନୀକୁ ହତ୍ୟା କରିଥିଲେ । ଏହା ପୂର୍ବରୁ ଜାମ୍ମୁରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ବହୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ଥିବା ହେଲିକପ୍ଟରକୁ କ୍ଷତି ପହଞ୍ଚାଇବାକୁ ଆତଙ୍କବାଦୀ ଲକ୍ଷ୍ୟ ରଖିଛନ୍ତି । ତେବେ ଆତଙ୍କବାଦୀ ଏଥିରେ ସଫଳ ହୋଇନଥିବା ବେଳେ ବଡ଼ ଦୁର୍ଘଟଣା ଟଳି ଯାଇଛି ।

Leave a Reply