ମାତ୍ର ୬ଦିନରେ ପ୍ରତିଶୋଧ ନେଲା ସିଆରପିଏଫ୍, ଶ୍ରୀନଗରରେ ଟଳିଲେ ୨ ଆତଙ୍କବାଦୀ
1 min readଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା । ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସହ ୩ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । କାଶ୍ମୀର ଆଇଜିପିଙ୍କ ସୂଚନା ଅନୁସାରେ, ନିହତ ହୋଇଥିବା ଆତଙ୍କୀ ନିକଟରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ । ତେବେ ମାତ୍ର ୬ ଦିନରେ ପ୍ରତିଶୋଧ ନେଇଛନ୍ତି ସିଆରପିଏଫ୍ ।
ତେବେ ଏନେଇ ସୁରକ୍ଷାବାହୀନି କହିଛନ୍ତି ଯେ, ୩ ଏପ୍ରିଲରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସାମିଲ ଥିଲେ । ସେମାନଙ୍କୁ ଏବେ ନିହତ କରାଯାଇଛି । ଏହି ଅପରେସନରେ ଶ୍ରୀନଗରର ପୋଲିସ ଓ ସିଆରପିଏଫ୍ ଯବାନ ସାମିଲ ଥିଲେ ।
ସୂଚନା ମୁତାବକ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।