ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଜଣେ ଯବାନ ସହିଦ, ୩ ଆତଙ୍କବାଦୀ ନିହତ

1 min read

ଜମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା । ଅଖନୁର ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ  ଆତଙ୍କବାଦୀଙ୍କ ସହିତ ଯବାନଙ୍କ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଜୁନିୟର କମିଶଣ୍ଡ ଅଫିସର ଗୁରୁତର ହୋଇଛନ୍ତି । ସହିଦ ଯବାନ କୁଲଦୀପ ଚାନ୍ଦ ନାଇନ୍ ପଞ୍ଜାବ ରେଜିମେଣ୍ଟର ଜଣେ ସୈନିକ ଥିଲେ । ସେ ଗତ ରାତିରେ ସୁନ୍ଦରବାଣୀର କେରି-ବଟଲ୍ ଅଞ୍ଚଳର ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିରୋଧୀ ଅପରେସନରେ ସାମିଲ ଥିଲେ ।

ଅଖନୁର ସେକ୍ଟର ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଂ କରୁଛନ୍ତି ସୁରକ୍ଷାବାହିନୀ । ସେପଟେ ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାର ଛାତ୍ରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି ।  ଯବାନଙ୍କ ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ସୈଫୁଲ୍ଲା ରହିଛି । ୯ ତାରିଖରୁ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିସାରିଛନ୍ତି । ….