ଜମ୍ମୁ-କାଶ୍ମୀରର କିସ୍ତଓ୍ୱାଡ଼ରେ ଆତଙ୍କବାଦୀ- ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ; ୩ ଆତଙ୍କବାଦୀଙ୍କୁ ଘେରିଲେ ସେନା

ନନ୍ଦିଘୋଷ ବ୍ୟୁରୋ :  ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନା ଅଧିକାରୀଙ୍କ ଅନୁଯାୟୀ, ଡୁଲ୍ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସେଠାରେ ୨ରୁ ୩ ଜଣ ଆତଙ୍କବାଦୀ  ଲୁଚି ରହିଥିବା ସୂଚନା ମିଳିଥିଲା ।  ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ଗୁଳିବର୍ଷା କରିବା ଆରମ୍ଭ କରିଥିଲେ। ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

କୁଲଗାମ ଜିଲ୍ଲାରେ ଅପରେସନ ଅଖଲ

ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଚାଲିଥିବା ଅପରେସନ ଅଖଲରେ ଶନିବାର ଗୁଳିଚାଳନା ଜାରି ରହିଥିଲା । ଯେଉଁଥିରେ ରାତିସାରା ଏନକାଉଣ୍ଟରରେ ଦୁଇ ଜଣ ସେନା ସୈନିକ ସହିଦ ହୋଇଥିଲେ ଏବଂ ଦୁଇଜଣ ଆହତ ହୋଇଥିଲେ। ଅଖଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ପାଇବା ପରେ, ସୁରକ୍ଷା ବାହିନୀ ଅଗଷ୍ଟ ୧ ରେ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ଏହି ଅପରେସନରେ ଏପର୍ଯ୍ୟନ୍ତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି, ନିହତ ଆତଙ୍କବାଦୀ ଏବଂ ସେମାନଙ୍କ ଗୋଷ୍ଠୀର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।