ତେଲାଙ୍ଗାନା ଓ ଛତିଶଗଡ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ 

ବିଜାପୁର: ମାଲକାନଗିରି ସୀମାନ୍ତ ତେଲାଙ୍ଗାନା ଓ ଛତିଶଗଡ ସୀମାରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ  । ମାଓବାଦୀଙ୍କ ଏକ ବଡ ଟିମକୁ ଚାରିପଟୁ ଘେରି ଯାଇଛନ୍ତି ସୁରକ୍ଷାବଳ  । ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳୁଛି  । ଖବର ଲେଖାଯିବା ସୁଦ୍ଧା ଜଣେ ମାଓବାଦୀର ମୃତଦେହ ମିଳିବା ସହ ହତିଆର ଜବତ କରାଯାଇଛି  । ବିଜାପୁର ଜିଲ୍ଲାର ହଲମିଡି୍ ଜଙ୍ଗଲରୁ ଗୁଳିଗୋଳା ଶବ୍ଦ ଶୁଣାଯାଉଛି  ।

ଗୁରୁବାର ଦିନ ବିଜାପୁର ଜିଲ୍ଲାରେ ନକ୍ସଲମାନେ ବଡ କାଣ୍ଡ ଭିଆଇଥିଲେ  । ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଥିଲେ  । ୪ ଆହତ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଥିଲା  । ବିଜାପୁରର ମଣ୍ଡମିରକା ଜଙ୍ଗଲରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆଇଡି ବ୍ଲାଷ୍ଟ କରିଥିଲେ ମାଓବାଦୀ  ।

ନକ୍ସଲଙ୍କ ବିରୋଧରେ ଲଗାତାର ଅପରେସନ ଜାରି ରଖିଛନ୍ତି ଛତିଶଗଡରେ ସୁରକ୍ଷାକର୍ମୀ  । ବୁଧବାର ଦିନ ଯବାନ ମାନେ ଛତିଶଗଡ ମହାରାଷ୍ଟ୍ର ସୀମାରେ ଏନକାଉଣ୍ଟର କରି ୧୨ ନକ୍ସଲଙ୍କୁ ନିପାତ କରିଥିଲେ  ।ଏହି ସଂଘର୍ଷରେ ଦୁଇ ଯବାନ ଆହତ ହୋଇଥିଲେ  ।