spot_img

Latest Posts

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର କୁପୱାଡ଼ାରେ ଅପରେସନ ଗୁଗଲଧାର। ନିରାପତ୍ତା ବାହିନୀର ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୨ ଆତଙ୍କୀ। ସେପଟେ ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର। କୁପୱାଡାରେ ବ୍ଯାପକ ସର୍ଚ୍ଚ ଅପରେସନ ଜାରି ରହିଛି। ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ କାର୍ଯ୍ଯକଳାପ ଠାବ ହେବା ସହ ଆତଙ୍କୀମାନଙ୍କ ଆଡୁ ଗୁଳିମାଡ ହେବାରୁ ଏହାର ଜବାବ ଦେଇଛି ଆର୍ମି। ଏକ ଅନୁପ୍ରବେଶ ଉଦ୍ଯମ ସମ୍ପର୍କରେ ଗୁଇନ୍ଦା ତଥ୍ଯ ଆଧାରରେ ଗତକାଲି ଖବର ଆସିବା ପରେ ଭାରତୀୟ ସେନା ଓ ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁପୱାଡାର ଗୁଗଲଧାରରେ ଆରମ୍ଭ ହୋଇଥିଲା ଅପରେସନ। ଆଜି ସକାଳେ କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ହୋଇଥିବା ଅନୁପ୍ରବେଶ ଉଦ୍ଯମକୁ ବି ପଣ୍ଡ କରାଯାଇଛି। ଗତକାଲି ନିୟନ୍ତ୍ରଣ ରେଖାରେ ଏକ ଲ୍ଯାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଥିଲେ।

Latest Posts

Don't Miss