spot_img

Latest Posts

ସାରା ଦେଶରେ ଏଲପିଜି ସଂକଟ ; ସଂସଦ ଭବନ ବାହାରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ : ସାରା ଦେଶରେ ଏଲପିଜି ସଂକଟ । ହଜାର ହଜାର ଉପଭୋକ୍ତା ଗ୍ୟାସ ନପାଇ ହେଉଛନ୍ତି ହନ୍ତସନ୍ତ । ସେପଟେ ଏଲପିଜି ସଙ୍କଟ ନେଇ ସଂସଦ ଭବନ ବାହାରେ ବିରୋଧୀ ସାଂସଦ କରିଛନ୍ତି ପ୍ରତିବାଦ। ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ, ଜେଏମଏମ ସମେତ ବହୁ ବିରୋଧୀ ଦଳର ସାଂସଦ କରିଛନ୍ତି ନାରାବାଜି ।

ଏଲପିଜି ସଙ୍କଟ ନେଇ ସରକାର ଫମ୍ପା ପ୍ରତିଶ୍ରୁତି ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଦେଶର ବହୁ ସ୍ଥାନରେ ପେଟ୍ରୋଲ ଲାଗି ଅଧିକାଂଶ ପେଟ୍ରୋଲ ପମ୍ପରେ ଲାଗିଛି ଲମ୍ବା ଲାଇନ । ଖରାରେ ଠିଆ ହୋଇ ଶହ ଶହ ଲୋକ ଅପେକ୍ଷା କରିବା ଦେଖାଯାଇଛି ।

Latest Posts

Don't Miss