ଅଭିନେତା ପିଣ୍ଟୁଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
1 min readଭୁବନେଶ୍ୱର: ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ରାଜ୍ୟପାଳ । ପିଣ୍ଟୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ପିଣ୍ଟୁ ସବୁବେଳେ ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।
ସେହିପରି ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପିଣ୍ଟୁଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତରେ ଅପୂରଣୀୟ କ୍ଷତି । ଚଳଚ୍ଚିତ୍ର ଓ ଧାରାବାହିକରେ ନିଖୁଣ ଅଭିନୟ ପାଇଁ ସେ ସବୁବେଳେ ମନେ ରହିବେ ବୋଲି ପ୍ରଣବ ଟୁଇଟ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଓଡ଼ିଆ କଳା ଜଗତର ପ୍ରସିଦ୍ଧ ଯୁବ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ମର୍ମାହତ। ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ନିଜ ନିଖୁଣ ଅଭିନୟ ପାଇଁ ସବୁବେଳେ ମନେ ରହିବେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Pranab Prakash Das (@pranabpdas) March 2, 2023
ଅନ୍ୟପଟେ ପିଣ୍ଟୁଙ୍କ ପରଲୋକରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ପିଣ୍ଟୁଙ୍କ ପରଲୋକ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଜେଡି ସାଂସଦ ଟୁଇଟ କରିଛନ୍ତି।
Deeply pained at the sad demise of popular Odia Actor Shri Pintu Nanda. His departure is a big loss to Odia Cinema.
I express my deep condolences to the bereaved family and pray for the departed soul.
Om Shanti. ??? pic.twitter.com/9QnQHsPfQD
— Manas Mangaraj (@manasrmangaraj) March 2, 2023