ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
1 min readଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଡାକ୍ତର ରଥ ରାଜ୍ୟର ଜଣେ ଜଣାଶୁଣା ସ୍ନାୟୁ ବିଶେଷଜ୍ଞ ଥିଲେ । ସେ କଟକ ଏସ୍ସିବି ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।
ଡାକ୍ତର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଡାକ୍ତର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ରଥ ଜଣେ ଲୋକପ୍ରିୟ ସର୍ଜନ ଭାବେ ପରିଚିତ ଥିଲେ । ରାଜ୍ୟରେ ଚିକିତ୍ସା ଶିକ୍ଷା ଦିଗରେ ତାଙ୍କର ଯୋଗଦାନକୁ ସବୁବେଳେ ମନେ ରଖାଯିବ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
CM @Naveen_Odisha has expressed deep grief over the demise of eminent Neuro surgeon Dr Sanatana Rath and conveyed his deep sympathies to the bereaved family. CM said Dr Rath’s immense contribution to health education in #Odisha, especially in neurology will always be remembered.
— CMO Odisha (@CMO_Odisha) June 9, 2020
୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମିତ ଡାକ୍ତର ରଥ ଭେଲୋରରୁ ଡାକ୍ତରୀ ଶିକ୍ଷା ଶେଷ କରିଥିଲେ । ୧୯୬୫ ମସିହାରେ ସେ କଟକ ଏସିସିବି ମେଡିକାଲ କଲେଜର ନ୍ୟୁରୋସର୍ଜରୀ ବିଭାଗରେ ସହଯୋଗୀ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୧ରେ ତାଙ୍କୁ ରାଜ୍ୟ ମେଡିକାଲ ଏଜୁକେଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।