EMI ଦେବାଠୁ ଆଗ ହେଉଛି ସ୍ତ୍ରୀ- ଛୁଆଙ୍କ ଖର୍ଚ୍ଚ
ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଯାହାକି ଲୋନ ଦେଉଥିବା ସଂସ୍ଥାମାନଙ୍କ ଚିନ୍ତା ବଢ଼ିଯାଇପାରେ । କାରଣ ସେମାନେ ଲୋନ ଆଦାୟ କରିବାରେ ଅସୁବିଧା ଉପୁଜିପାରେ । କାରଣ ସର୍ବୋଚ୍ଚ ନ୍ୟାୟାଳୟ ଏକ ରାୟରେ କହିଛନ୍ତି କି, ପିଲା ଏବଂ ଅଲଗା ହୋଇଥିବା ପତ୍ନୀଙ୍କ ମାସିକ ଭତ୍ତା ଦେବା ତାଙ୍କର ପ୍ରାଥମିକତା । ଏହି ଖର୍ଚ୍ଚ ପରେ ସେ ଅନ୍ୟ କାମରେ ଟଙ୍କା ଖର୍ଚ୍ଚ କରିପାରିବେ । ସେ ଲୋନ ନେଇଥିଲେ ସୁଦ୍ଧା ପ୍ରଥମେ ସ୍ତ୍ରୀ ଏବଂ ଛୁଆଙ୍କ ଖର୍ଚ୍ଚ ଦେବେ ଏବଂ ପରେ ଲୋନ ଟଙ୍କା ଦେବେ ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାନ ଏକ ମାମଲାରେ ଏଭଳି ଶୁଣାଣି କରିଛନ୍ତି । ଜଣେ ସ୍ବାମୀ କୋର୍ଟରେ ଅଭିଯୋଗ କରିଥିଲେ କି, ତାଙ୍କର ଏକ ଫ୍ୟାକ୍ଟ୍ରି ଥାଇ ସୁଦ୍ଧା ସେ ଅଲଗା ହୋଇଥିବା ସ୍ତ୍ରୀଙ୍କ ମାସିକ ଖର୍ଚ୍ଚ ସାଙ୍ଗକୁ ଲୋନ ଦେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫ୍ୟାକ୍ଟ୍ରି କ୍ଷତିରେ ଚାଲିଥିବାବେଳେ ମୁଣ୍ଡ ଉପରେ ରହିଛି ଋଣ ବୋଝ । ତେବେ ଏହି ମାମଲାରେ କୋର୍ଟ କହିଛନ୍ତି କି, ପ୍ରଥମେ ସ୍ତ୍ରୀଙ୍କ ମାସିକ ଖର୍ଚ୍ଚ ପ୍ରଥମେ ଦେବାକୁ ପଡ଼ିବ । ଋଣ କଥା ପଛରେ ବିଚାର କରାଯିବ ବୋଲି କୁହାଯାଇଛି ।