spot_img

Latest Posts

EMIକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଉ ଏବଂ ଏହାର ଭରଣ ସରକାର କରନ୍ତୁ ,ଜାଣନ୍ତୁ କିଏ ଏମିତି କହିଲେ ..

ନୂଆଦିଲ୍ଲୀ: ନୋବେଲ ପୁରସ୍କାରରେ ସମ୍ମାନିତ ଅର୍ଥନୀତିଜ୍ଞ ଡାକ୍ତର ଅଭିଜିତ ବାନାର୍ଜୀ କହିଛନ୍ତି ଯେ କେବଳ ଋଣର କିସ୍ତି ବା EMI ଏଡ଼ାଇବା ଦ୍ୱାରା କିଛି  ଫାଇଦା ହେବ ନାହିଁ। ସେ କହିଛନ୍ତି ଯେ କିଛି ସମୟ ପାଇଁ EMIକୁ ସମ୍ପୂର୍ଣ୍ଣ ଛାଡ କରାଯିବା ଉଚିତ୍ ଏବଂ ଏହି EMIର ଭରଣ ସରକାର କରିବା ଉଚିତ୍ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଏକ ଆଲୋଚନାରେ ଭାରତୀୟ ଅର୍ଥନୀତିଜ୍ଞ ଡାକ୍ତର ଅଭିଜିତ ବାନାର୍ଜୀ ଏହା କହିଛନ୍ତି। ମଙ୍ଗଳବାର ଦିନ କଂଗ୍ରେସର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଆଲୋଚନା ପ୍ରସାରିତ ହୋଇଛି ।

ବାନାର୍ଜୀ କହିଛନ୍ତି, ‘ମୋତେ ଲାଗୁଛି କି ଆମେ ଏହାକୁ ଏମଏସଏମଇ କ୍ଷେତ୍ର ପାଇଁ ସହଜରେ କରିପାରିବା ଏବଂ ଏହା ଠିକ ହେବ ଯେ ଆମେ କିଛି ସମୟ ପାଇଁ ଋଣ ସଂଗ୍ରହ ବନ୍ଦ କରିପାରିବା ।ଆମେ ଏହା ମଧ୍ୟ କହିପାରିବା ଯେ ସରକାର ଏହି ପରିସ୍ଥିତିରେ ମାସିକର ଋଣ ପରିଶୋଧ ସରକାର କରିବେ। ତେଣୁ ଆପଣ ଏହାଠାରୁ ଅଧିକ କରିପାରିବେ । ଋଣ ଆଦାୟ କିଛି ଦିନ ସ୍ଥଗିତ ରଖି ଆଗକୁ ଆଦାୟ କରିବା ପରିବର୍ତ୍ତେ ଏହାକୁ ସମ୍ପୂର୍ଣ୍ଣ କ୍ଷମା କରିବା ଠିକ୍ ହେବ ।‘

ଋଣ ଛାଡ ସହିତ ଚାହିଦା ବୃଦ୍ଧି କରିବା ଦରକାର

ସେ କହିଛନ୍ତି, ‘ଚାହିଦା ଅଭାବର ବିଷୟ ମଧ୍ୟ ରହିଛି । ଦୁଇଟି ଚିନ୍ତା ଅଛି, ପ୍ରଥମେ, ଦେବାଳିଆ ପରିସ୍ଥିତିକୁ କିପରି ଏଡାଇ ହେବ, ଋଣ ଛାଡ ଏକ ଉପାୟ ହୋଇପାରେ । ଦ୍ୱିତୀୟଟି ହେଉଛି ଚାହିଦା ହ୍ରାସ, ଏବଂ ଲୋକଙ୍କ ହାତରେ ଅର୍ଥ ଦେଇ ଦେଶର ଅର୍ଥନୀତିକୁ ବଦଳାଇବା । ଆମେରିକା ଏହି ପ୍ରଣାଳିକୁ ବହୁ ବଡ଼ ଆକାରରେ ଗ୍ରହଣ କରିଛି । ସେଠାରେ ରିପବ୍ଲିକାନ୍ ସରକାର ଅଛି ଯିଏ କି କିଛି ଅର୍ଥଦାତା ଦ୍ୱାରା ପରିଚାଳିତ । ଯଦି ଆମେ ଚାହୁଁ, ଆମେ ମଧ୍ୟ ଏହା କରିପାରିବା ।

Latest Posts

Don't Miss