ଗୋଟିଏ ଦିନରେ ଏଲନ ମସ୍କଙ୍କ ସମ୍ପତ୍ତି ବଢ଼ିଲା ୧.୭୯ ଲକ୍ଷ କୋଟି

1 min read

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର କମ୍ପାନି ଟେସଲାର ସିଇଓ ଏଲନ ମସ୍କଙ୍କ ଉପରେ ଏବେ ଧନ ବର୍ଷା ହେଉଛି । ଆଜି ଗୋଟିଏ ଦିନରେ ଏଲନ ମସ୍କଙ୍କ ସମ୍ପତ୍ତି ୨୪ ଆରବ ଡଲାର ଅର୍ଥାତ ୧.୭୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଆଜି ବଢ଼ିଥିବା ସମ୍ପତ୍ତି ସହ ମସ୍କଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୩୩୫.୧ ଆରବ ଡଲାର ଅର୍ଥାତ ପ୍ରାୟ ୨୦ ଲକ୍ଷ କୋଟିରେ ପହଞ୍ଚିଛି ।  ଯେଉଁ ସମ୍ପତ୍ତିର ମୂଲ୍ୟ ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପ୍ରାୟ ତିନିଗୁଣରୁ ଅଧିକ ।

ବ୍ଲମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ ୩୩୫.୧ ଆରବ ଡଲାର ସହିତ ଏଲନ ମସ୍କ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ତେବେ ଏହି ଲିଷ୍ଟର ଦ୍ବିତୀୟ ସ୍ଥାନରେ ଇ-କମର୍ସ କମ୍ପାନି ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜସ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି କଥା ଯଦି କହିବା ତାହାଲେ ଜେଫ୍ ବେଜସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୯୩ ଆରବ ଡଲାର ।

କେବଳ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିଠାରୁ ମସ୍କଙ୍କ ସମ୍ପତ୍ତି ଖାଲି ତିନିଗୁଣ ନୁହେଁ । ଆମେରିକା ସେୟାର ବଜାରର ଜଣାଶୁଣା ନାମ ଓ୍ବାରେନ ବଫେଟଙ୍କ ସମ୍ପତ୍ତିଠାରୁ ମଧ୍ୟ ତିନିଗୁଣରୁ ଅଧିକ ସମ୍ପତ୍ତି ଏଲନ ମସ୍କଙ୍କର ।  ତେବେ ଲଗାତର ଭାବରେ ଟେସଲାର ସେୟାର ବଢ଼ିବା ଦ୍ବାରା ନିବେଶକଙ୍କ ମଧ୍ୟ ବହୁତ ଲାଭବାନ ହେଉଛନ୍ତି । ସିଙ୍ଗାପୁରର ରିଟେଲ ବ୍ୟବସାୟୀ ଲିଓ କୋଗୁଆନ ଏବେ ଟେସଲା କମ୍ପାନୀର ତୃତୀୟ ବୃହତ୍ତମ ବ୍ୟକ୍ତିଗତ ନିବେଶକ ଅଟନ୍ତି ।  ଟେସଲା ସେୟାର ବଢ଼ିବା ସହ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇ ୧୨.୧ ଆରବ ଡଲାରରେ ପହଞ୍ଚିଛି । ଅନ୍ୟପକ୍ଷରେ ଟେସଲା କମ୍ପାନୀର ଦ୍ବିତୀୟ ବୃହତ୍ତମ ବ୍ୟକ୍ତିଗତ ନିବେଶକ ହେଉଛନ୍ତି ୪୪ ବର୍ଷିୟ ଲ୍ୟାରୀ ଏଲିସନ । ଯାହାଙ୍କ ସେୟାର ମୂଲ୍ୟ ବଢ଼ି ୧୮.୧ ଆରବ ଡଲାରରେ  ପହଞ୍ଚିଛି ।

Leave a Reply