ହାତରେ ବେସିନ ଧରି ଟ୍ବିଟର ଅଫିସରେ ପହଞ୍ଚିଲେ ଏଲନ ମସ୍କ, ସେୟାର କଲେ ଭିଡିଓ
1 min readସାନ୍ଫ୍ରାନ୍ସିସ୍କୋ: ଆରବପତି ଏଲନ ମସ୍କ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ଟ୍ବିଟର ଇଙ୍କ୍ର ହେଡକ୍ୱାର୍ଟରରେ ପହଞ୍ଚିଥିଲେ । କିନ୍ତୁ ମସ୍କ ଟ୍ବିଟର ଅଫିସରେ ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମସ୍କ ଫ୍ରାନ୍ସିସ୍କୋସ୍ଥିତ ଟ୍ବିଟର ଇଙ୍କ୍ର ମୁଖ୍ୟାଳୟ ପହଞ୍ଚି ନିଜ ଭିଡିଓ ଟ୍ବିଟ କରିଛନ୍ତି ।
ନିକଟରେ ସେ ହାତରେ ଏକ ବେସିନ୍ ଧରି ଟ୍ବିଟର ଅଫିସ ଭିତରେ ପ୍ରବେଶ କରିଥିଲେ । ଯାହାର ଭିଡିଓ ମଧ୍ୟ ସେ ଟ୍ବିଟରରେ ସେୟାର କରିଥିଲେ । ପୋଷ୍ଟ କରି ସେ ଲେଖିଥିଲେ ’ଟ୍ବିଟର ଅଫିସ୍ ଭିତରେ ପ୍ରବେଶ କରୁଛି, ଖୁବଶୀଘ୍ର ସବୁ ପ୍ରତୀକ୍ଷାର ଅନ୍ତ’ ।
Entering Twitter HQ – let that sink in! pic.twitter.com/D68z4K2wq7
— Elon Musk (@elonmusk) October 26, 2022
ସେହିପରି ମସ୍କ ନିଜ ଟ୍ବିଟର ପ୍ରୋଫାଇଲର ବାୟୋରେ ଚିଫ୍ ଟ୍ବିଟ ଲେଖି ଏହା ସଙ୍କେତ ମଧ୍ୟ ଦେଇଛନ୍ତି ଯେ ସେ ହିଁ ଟ୍ବିଟରର ଆଗାମୀ ବସ୍ । ଏକ ମିଡିଆ ରିପୋର୍ଟ ଅନୁସାରେ ଟ୍ବିଟର ଅଧିଗ୍ରହଣ ପାଇଁ ମସ୍କଙ୍କ ଆକାଉଣ୍ଟକୁ ୧୩ ବିଲିଅନ ଡଲାର ବ୍ୟାଙ୍କ ପଠାଇବାର ବ୍ୟବସ୍ଥା କଲେଣି ।
ଚଳିତ ବର୍ଷ ଏପ୍ରିଲ ୧୩ରେ ଟ୍ବିଟର କିଣିବା ପାଇଁ ଘୋଷଣା କରିଥିଲେ ମସ୍କ । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୫୪.୨ ଡଲାର ପ୍ରତି ସେୟାର ରେଟ୍ରୁ ୪୪ ଆରବ ଡଲାରରେ କିଣିବା ପାଇଁ ଅଫର୍ ଦେଇଥିଲେ । କିନ୍ତୁ ସେତେବେଳେ ସ୍ପାମ ଓ ଫେକ୍ ଆକାଉଣ୍ଟ ପାଇଁ ସେ ଏହି ଡିଲ୍କୁ ରଦ୍ଦ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଶୁଣିବାକୁ ମିଳୁଛି ।