ପିତୃତ୍ବ ବିବାଦରେ ଛନ୍ଦି ହେଲେ ଟେସଲା ମାଲିକ ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ପିତୃତ୍ବ ବିବାଦରେ ଛନ୍ଦି ହେଲେ ଟେସଲା ମାଲିକ ତଥା ସ୍ପେସ ଏକ୍ସ ସିଇଓ ଏଲନ ମସ୍କ । ତାଙ୍କ ବିରୋଧରେ ପିତୃତ୍ବ ନେଇ ଏକ ମାମଲା ରୁଜୁ କରିଛନ୍ତି ଇନଫ୍ଲୁଏନ୍ସର ଆସଲେ କ୍ଲେୟାର । ଏହା ସହ ୫ମାସର ପୁତ୍ରର ସମ୍ପୂର୍ଣ୍ଣ ଅଧିକାର ଦାବି କରିଛନ୍ତି କ୍ଲେୟାର । ଏହି ଶିଶୁକୁ ବର୍ତ୍ତମାନ ସୁଦ୍ଧା ମସ୍କ ସନ୍ତାନର ମାନ୍ୟତା ଦେଇ ନଥିବା ଅଭିଯୋଗ କରିଛନ୍ତି କ୍ଲେୟାର । ଏହି ଶିଶୁକୁ ମସ୍କ ତିନି ଥର ଭେଟିଥିଲେ କିନ୍ତୁ ଜନ୍ମ ସମୟରେ ସେ ଉପସ୍ଥିତ ନଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏନେଇ ମେନହଟ୍ଟନ ସୁପ୍ରିମକୋର୍ଟରେ କ୍ଲେୟାର ମାମଲା ଦାୟର କରିଛନ୍ତି । ମାମଲାରେ କ୍ଲେୟାର ଦର୍ଶାଇଛନ୍ତି ଏହି ଶିଶୁର ପୁତ୍ର ମସ୍କ ବୋଲି କୋର୍ଟ ଅନୁମତି ଦିଅନ୍ତୁ । ଏପରିକି ଶିଶୁର ପିତା ବୋଲି ମସ୍କ ନିଜର ଜେନେଟିକ ଟେଷ୍ଟ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦର୍ଶାଇଛନ୍ତି କ୍ଲେୟାର । ଗତ ୨୦୨୪ ଜାନୁଆରୀରେ ଏହି ଶିଶୁ ଗର୍ଭଧାରଣ ବୋଲି ସେ କହିଛନ୍ତି । ଏହି ଶିଶୁକୁ ମସ୍କ ମେନହଟ୍ଟନରେ ଦୁଇଥର ଓ ଟେକ୍ସାସରେ ଥରେ ସାକ୍ଷାତ କରିଥିଲେ । କୋର୍ଟରେ ମାମଲା ଦାୟର କରାଯାଇଥିବା ବିଭିନ୍ନ ନଥି ସହ ଶିଶୁ ସହ କ୍ଲେୟାରଙ୍କ ଫଟୋ ବି ସ୍ଥାନୀତ ରହିଛି । ପୁତ୍ରର ଜନ୍ମଗତ ପ୍ରମାଣପତ୍ରରେ ବାପାଙ୍କ ନାମକୁ ବି କ୍ଲେୟାର ଖାଲି ରଖିଛନ୍ତି । ସେପଟେ ଆମେରିକା ସରକାରୀ କାର୍ଯ୍ୟଦକ୍ଷତା ବିଭାଗ ବା ଡୋଗର ମୁଖ୍ୟ ଥିବା ମସ୍କଙ୍କୁ ନେଇ ଛାନିଆ ସରକାରୀ କର୍ମଚାରୀ । ସପ୍ତାହରେ କଣ କଣ କରାଯାଉଛି ତାହାର ସବିଶେଷ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମସ୍କ । ଯିଏ ଏହି ରିପୋର୍ଟ ଦାଖଲ କରିବାରେ ବିଫଳ ହେବେ ତାଙ୍କୁ ତୁରନ୍ତ ବାହାର କରିଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଆମେରିକାରେ ସରକାରୀ କାର୍ଯ୍ୟଦକ୍ଷତା ବଢାଇବା ଲାଗି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନସି ବା ଡୋଗ୍ ଗଠନ କରିଥିଲେ ।