ବିଶ୍ୱର ପ୍ରଥମ ୫ଜି ସାଟେଲାଇଟ୍ ଲଞ୍ଚ୍ କଲା ସ୍ପେସଏକ୍ସ

1 min read

ୱାସିଂଟନ: ୫ଜି ସାଟେଲାଇଟର ସଫଳପୂର୍ବକ ଲଞ୍ଚ୍ କରିଛି ଏଲନ ମସ୍କଙ୍କ ସ୍ପେସ୍-ଏକ୍ସ । ଏବେ ସାରା ବିଶ୍ୱରେ ୫ଜି ଇଣ୍ଟରନେଟ ସର୍ଭିସ ପ୍ରଦାନ କରିବା ପାଇଁ ମହାକାଶରେ ୨୫୦ ସାଟେଲାଇଟସର ଜାଲ ବିଛାଇ ଦିଆଯାଇଛି । ପ୍ରଥମଥର ପାଇଁ ପୃଥିବୀର ନିମ୍ନ କକ୍ଷରେ ୫ଜି ଇଣ୍ଟରନେଟ ସେବା ପ୍ରଦାନକାରୀ ସାଟେଲାଇଟକୁ ଛଡାଯାଇଛି । ଏହି ସାଇଟେଲାଇଟଗୁଡ଼ିକୁ ସାଟେଲିଓଟ କମ୍ପାନୀ ବନାଇଛି । ଏବଂ ଏହାର ନାଁ ଦ ଗ୍ରାଉଣ୍ଡବ୍ରେକର ରଖାଯାଇଛି ।

ଏହି ସାଟେଲାଇଟ୍ସର ଓଜନ ୧୦ କେଜି ରହିଛି । ତେବେ ଏହାର ଅଧିକାରିକ ନାଁ ସାଟେଲିଓଟ_୦ ଅଟେ । ଏହିପରି ୨୫୦ ସ୍ପେସକ୍ରାଫ୍ଟକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରାଯାଇଛି ଯାହାଫଳରେ ଭୂପୃଷ୍ଠରେ ଥିବା ଟାୱାର ସହ ସିଧା ସଂଯୋଗ କରାଯାଇପାରିବ । ଏବଂ ବିଶ୍ୱକୁ ଉତ୍ତମ ୫ଜି ଇଣ୍ଟରନେଟ ସର୍ଭିସ ପ୍ରଦାନ କରାଯାଇପାରିବ । ଏହି ସାଟେଲାଇଟଗୁଡ଼ିକୁ ୧୫ ଏପ୍ରିଲ ୨୦୨୩ରେ ଫାଲ୍କନ-୯ରୁ ଲଞ୍ଚ୍ କରାଯାଇଥିଲା । ଲଞ୍ଚିଂ କାର୍ଲିଫୋନିଆ ସ୍ଥିତ ୱାଣ୍ଡେନବର୍ଗ ସ୍ପେସ ଫୋର୍ସ ବେସରୁ ହୋଇଥିଲା ।