spot_img

Latest Posts

କାହିଁକି ଏଲନ ମସ୍କ ୬ ହଜାର ୯୦୦ କୋଟି ଟଙ୍କାର ଶେୟାର ବିକିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ଟେସଲାର ଶେୟାର ବିକିଲେ ଏଲନ ମସ୍କ । ଏଲନ ମସ୍କ ଟ୍ୟାକ୍ସ ପାଇଁ ତାଙ୍କ ପାଖରେ ଥିବା ଟେସଲାର ୬ ହଜାର ୯୨୩ କୋଟିର ଶେୟାର ବିକ୍ରି କରିଛନ୍ତି । ଆମେରିକା ସିକ୍ୟୁରିଟି କମିଶନଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ଏଲନ ମସ୍କ ୯ ଲକ୍ଷ ୩୪ ହଜାର ୯୧ ଶେୟାର ବିକ୍ରି କରିଛନ୍ତି । ଏହି ଶେୟାର ବିକ୍ରି ପରେ ଟେସଲାର ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାରରେ ରହିଛି । ସୋମବାର ଟେସଲାର ଶେୟାର ୧୦୧୩.୩୯ରେ ବନ୍ଦ ରହିଛି ।

ବାସ୍ତବରେ ଏଲନ ମସ୍କଙ୍କ ଷ୍ଟକ ବିକଳ୍ପର ମୂଲ୍ୟ ଓ ଶେୟାର ମାର୍କେଟର ଫେୟାର ଭ୍ୟାଲ୍ୟୁ ମଧ୍ୟରେ ଥିବା ପ୍ରାର୍ଥକ୍ୟ ସହିତ ସମାନ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । ତେବେ ଏକ ସପ୍ତାହ ମଧ୍ୟରେ ଏଲନ ମସ୍କ ଦ୍ବିତୀୟ ଥର ପାଇଁ ଷ୍ଟକ୍ ବିକ୍ରି କରିଛନ୍ତି । ଏହା ପୂର୍ବରୁ ଗତ ସପ୍ତାହରେ ଏଲନ ମସ୍କ ୯ ଲକ୍ଷ ୩୪ ହଜାର ଶେୟାର ବିକ୍ରି କରିଥିଲେ । ବାସ୍ତବରେ ଏଲନ ମସ୍କ ନଭେମ୍ବର ୬ରେ ଏକ ଟୁଇଟ କରିଥିଲେ କି ତାଙ୍କ ପାଖରେ ଥିବା ଶେୟାର ୧୦ପ୍ରତିଶତ ବିକ୍ରି କରିଦେବି କି? ଏହି ଟୁଇଟ ପରେ ବହୁ ଲୋକ ଏହାର ସମର୍ଥନ କରିଥିଲେ କି ମସ୍କ ତାଙ୍କ ପାଖରେ ଥିବା ୧୦ ପ୍ରତିଶତ ଶେୟାର ବିକ୍ରି କରିଦେବା ଉଚିତ ।

୨୦୧୨ ମସିହାରେ ଏଲନ ମସ୍କଙ୍କୁ ଟେସଲା ଶେୟାରର ବିକଳ୍ପ ଦେଇଥିଲା । ଏହା ଅଧୀନରେ ମସ୍କଙ୍କୁ ପ୍ରତି ଶେୟାରକୁ ମାତ୍ର ୬.୨୪ ଡାଲରରେ ୨.୨୮ କୋଟି ଶେୟାର କିଣିବାକୁ ବିକଳ୍ପ ଦିଆଯାଇଥିଲା । ଏହି ବିକଳ୍ପ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । ଯାହା ଫଳରେ ମସ୍କଙ୍କ ପାଖରେ ବହୁତ କମ୍ ସମୟ ଥିଲା ଏହାକୁ ବ୍ୟବହାର କରିବା ପାଇଁ । କିନ୍ତୁ ଆମେରିକା ନିୟମ ଅନୁଯାୟୀ ଏମିତି କରିବା ସମୟରେ ୨୦୧୨ ମସିହା ଓ ୨୦୨୧ ମସିହା ମଧ୍ୟରେ ଲାଭ କରିଥିବା ପୁଞ୍ଜିର ୫୦ ପ୍ରତିଶତରୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିଥାଏ ।

 

Latest Posts

Don't Miss