କମ୍ପାନୀ ନାଁ ସହ ଲୋଗୋ ବଦଳାଇବେ ଟୁଇଟର ସିଇଓ, ନୀଳପକ୍ଷୀ ସ୍ଥାନରେ ରହିବ ଏକ୍ସ
ନୂଆଦିଲ୍ଲୀ: ନୀଳ ପକ୍ଷୀ ଜାଗରେ ଏକ୍ସ । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ଲୋଗୋ ବଦଳାଇବେ ମସ୍କ । ଲୋଗୋ ସହ ଟ୍ବିଟରର ନାଁ ବି ପରିବର୍ତ୍ତନ ହେବ । ଧୀରେ ଧୀରେ ବ୍ରାଣ୍ଡ ସହ ସବୁ ପକ୍ଷୀଙ୍କୁ ଅଲବିଦା କହିବେ ବୋଲି ଟୁଇଟ କରିଛନ୍ତି ସିଇଓ ଏଲନ ମସ୍କ । ନୀଳ ପକ୍ଷୀ ସ୍ଥାନରେ ନୂଆ ଲୋଗୋ ହୋଇପାରେ ଏକ୍ସ । ଏହାସହ ଟୁଇଟରର ଡିଫଲ୍ଟ ପ୍ଲାଟଫର୍ମ ରଙ୍ଗ ମଧ୍ୟ କଳା କିମ୍ବା ଧଳା କରାଯାଇପାରେ । ଏନେଇ ଟ୍ବିଟରରେ ଏକ ପୋଲ କ୍ରିଏଟ କରିଛନ୍ତି ଏଲନ ମସ୍କ । ଦିନ ୧୨ଟା ସୁଦ୍ଧା ସାଢ଼େ ୪ ଲକ୍ଷ ଲୋକ ଏହି ପୋଲରେ ମତ ଦେଇଥିବା ବେଳେ ଅଧିକାଂଶ କଳା ରଙ୍ଗକୁ ପସନ୍ଦ କରିଛନ୍ତି । ୧୯୯୯ ମସିହାରେ ଏଲନ ମସ୍କଙ୍କର ଏକ୍ସ ଡଟ କମ୍ ନାଁରେ ଏକ କମ୍ପାନୀ ଥିଲେ । ଟୁଇଟରର ଲୋଗୋ ପରିବର୍ତ୍ତନ ନେଇ ମସ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଗତବର୍ଷ ଟେସଲା ଟାଇକୁନ ଏଲନ ମସ୍କ ଟୁଇଟରକୁ କିଣିବା ସହ ଅଧିକାଂଶ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିଲେ । ଫଳରେ କମ୍ପାନୀକୁ ଅନେକ ଟେକନିକାଲ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏହାସହ କମ୍ପାନୀ ବହୁ ପରିମାଣର କ୍ଷତି ମଧ୍ୟ ସହିଥିଲା ।