spot_img

Latest Posts

ଏଲନ ମସ୍କଙ୍କ ଅଭିଯୋଗ; ଟ୍ୱିଟରକୁ ଆପ୍ ଷ୍ଟୋରରୁ ହଟାଇବା ପାଇଁ ଆପଲ ଦେଇଛି ଧମକ

ୱାସିଂଟନ ଡିସି: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟ୍ୱିଟରର ମାଲିକ ଏଲନ ମସ୍କ ଆପଲ କମ୍ପାନୀ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଆଇଫୋନ ମୋବାଇଲ ନିର୍ମାତା କମ୍ପାନୀ ଆପଲକୁ ନେଇ ସେ ବଡ଼ ଅଭିଯୋଗ କରିଛନ୍ତି । ଏଲନ ମସ୍କ ଆରୋପ ଲଗାଇ କହିଛନ୍ତି ଆପଲ ନିଜ ଆପ୍ ଷ୍ଟୋରରୁ ଟ୍ୱିଟରକୁ ହଟାଇବା ପାଇଁ ଧମକ ଦେଇଛି ।

ମସ୍କ କହିଛନ୍ତି ଆପଲ, ଟ୍ୱିଟରକୁ ବ୍ଲକ କରିବା ପାଇଁ ଏହି ପ୍ରକାରର ଚାପ ପକାଉଛି । ଏପରିକି ଆଇଫୋନ ନିର୍ମାତା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବିଜ୍ଞାପନ ଦେବା ମଧ୍ୟ ବନ୍ଦ କରିଦେଇଛି । ଏଲନ ମସ୍କ ଆରୋପ ଲଗାଇ କହିଛନ୍ତି କି କଣ୍ଟେଣ୍ଟ ମଡରେସନ ଦାବି କରି ଆପଲ ଟ୍ୱିଟର ଉପରେ ଚାପ ପକାଉଛି । ଆପଲ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସାମାନ୍ୟ ନୁହେଁ, କାରଣ ବାରମ୍ବାର ଅନ୍ୟ କମ୍ପାନୀ ଉପରେ ମଧ୍ୟ ଏହି ନିୟମ ଲଦିଦେବାକୁ ଉଦ୍ୟମ କରାଯାଉଛି ।

ଏହି ଆଧାରରେ ସେ ଗ୍ୟାବ ଏବଂ ପାର୍ଲର ଭଳି ଆପ୍ସକୁ ହଟାଇ ଦେିଛି । ପାର୍ଲରକୁ ଆପଲ ଦ୍ୱାରା ୨୦୧୧ରେ ଆପ୍ ଦ୍ୱାରା ନିଜର ସାମଗ୍ରୀ ଏବଂ କଣ୍ଟେଣ୍ଟ ମଡରେସନକୁ ଅପଡେଟ କରିବା ପରେ ପୁନଃଚାଲୁ କରାଯାଇଥିଲା । ମସ୍କ କହିଛନ୍ତି, ଆପଲ ଟ୍ୱିଟରକୁ ଅଧିକ ବିଜ୍ଞାପନ ଦେବା ବନ୍ଦ କରିଦେଇଛି । କଣ ସେ ଆମେରିକାରେ ସ୍ୱାଧୀନ ଭାଷଣକୁ ଘୃଣା କରୁଛି? ପରେ ଅନ୍ୟ ଏକ ଟ୍ୱିଟରେ ସେ ଆପଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟିମ କୁକଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ପଚାରିଥିଲେ ଯେ ଏଠାରେ କଣ ଚାଲିଛି? ଅବଶ୍ୟ ଆପଲ ଏହାର କୌଣସି ଜବାବ ଦେଇନାହିଁ ।

ମସ୍କ ଆଉ ଟ୍ୱିଟରେ ଆପଲ ଆପ୍ ଷ୍ଟୋରରରୁ ଅନ୍ୟ ଆପ୍ ଡାଉନଲୋଡ କରିବାକୁ ନିଆଯାଉଥିବା ଶୁଳ୍କକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ମସ୍କ ଲେଖିଛନ୍ତି, କଣ ଆପଣ ଜାଣିଛନ୍ତି ଆପଲ ନିଜ ଆପ୍ ଷ୍ଟୋର ମାଧ୍ୟମରେ କିଣାଯାଉଥିବା ପ୍ରତ୍ୟେକ ଜିନିଷ ଉପରେ ଗୁପ୍ତ ରୂପରେ ୩୦ ପ୍ରତିଶତ ଟ୍ୟାକ୍ସ ଲଗାଇଥାଏ ।

Latest Posts

Don't Miss