spot_img

Latest Posts

ଟ୍ୱିଟରରେ ପକ୍ଷୀ ବଦଳରେ କୁକୁର ରଖିଲେ ଏଲନ୍ ମସ୍କ

ନନ୍ଦିଘୋଷ ବ୍ୟୁରୋ:  ଟ୍ୱିଟରରୁ ଉଡିଗଲା ନୀଳ ପକ୍ଷୀ  । ପକ୍ଷୀ ବଦଳରେ ଟ୍ୱିଟରରେ ବସିଛି କୁକୁର  । ହଁ  ବଦଳ ଯାଇଛି ଟ୍ୱିଟର ଲୋଗୋ । ନୀଳ ପକ୍ଷୀକୁ ବଦଳାଇ ଡଗି ଲୋଗୋକୁ ରଖାଯାଇଛି। ତେବେ ଟ୍ୱିଟରରେ କଣ ପାଇଁ ବାରମ୍ବାର ଏଭଳି ପରିବର୍ତ୍ତନ ହେଉଛି ତାକୁ ନେଇ ସମସ୍ତ ୟୁଜର୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ୱିଟରର ମାଲିକ ଏଲନ୍ ମସ୍କ କାହିଁକି ଟ୍ୱିଟର ହୋମ ପେଜରେ ଡଗିର ଲୋଗ ରଖିଛନ୍ତି ଆସନ୍ତୁ ଜାଣିବା..

ଏଲୋନ୍ ମସ୍କ ଟ୍ୱିଟରରେ ଏକ  ପୁରୁଣା ଟ୍ୱିଟ୍ ସେୟାର କରିଛନ୍ତି। ଏଲେନ୍ ଏହି ଟ୍ୱିଟରେ ୟୁଜର୍ସଙ୍କୁ ପଚାରିଥିଲେ, ଆପଣମାନଙ୍କୁ କଣ ନୂତନ ପ୍ଲାଟଫର୍ମର ଆବଶ୍ୟକତା ରହିଛି କି? ଏଥିରେ ଜଣେ ୟୁଜର୍ସ ଲେଖିଥିଲେ , ହଁ! ଟ୍ୱିଟର ଥିବା ପକ୍ଷୀର ଲୋଗ ବଦଳାଇ କୁକୁରର ଲୋଗ ରଖିଦିଅନ୍ତୁ । ଏଲେନ ବର୍ତ୍ତମାନ ଏହି ପୁରୁଣା ଟ୍ୱିଟର ସ୍କ୍ରିନ୍ ସଟ୍ ନେଇ ସେଥିରେ କରିଥିବା ପ୍ରତିଜ୍ଞାକୁ ପୂରଣ କରିଛନ୍ତି ବୋଲି ଲେଖିଛନ୍ତି ।

ଏହି ଟ୍ୱିଟ୍ ପୂର୍ବରୁ ଏଲେନ ମସ୍କ ଆଉ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି କାର୍‌ରେ ଡଗି ଡ୍ରାଇଭର ସିଟ୍‌ରେ ବସିଛି । ଟ୍ରାଫିକ ପୋଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଛି। ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ । ଏମିତି ଆଉ ଏକ ଟୁଇଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟୁଇଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ ।

ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ ଏହି କୁକୁର ଲୋଗୋ ଆସିବା ପରେ ଡୋଗେକଏନ ନାମକ କ୍ରିପ୍ଟୋକରେନ୍ସିରେ ୩୦ ପ୍ରତିଶତ ଅଂଶ ବୃଦ୍ଧି ହୋଇଛି ।ଡୋଗେକଏନକୁ ଦୁନିଆର ତୃତୀୟ ଶକ୍ତିଶାଳୀ କ୍ରିପ୍ଟୋକରେନ୍ସି ଭାବରେ ବିବେଚନା କରାଯାଏ ଏବଂ ଏହାସହ ଏଲନ୍ ମସ୍କ ଜଡିତ ରହିଛନ୍ତି । ଡୋଗେକଏନରେ ମଧ୍ୟ କୁକୁରର ଲୋଗ ରହିଛି । ଏହି ଡୋଗେକଏନକୁ ନେଇ ଏଲନ ମସ୍କଙ୍କ ନାମରେ ୨୫୮ ବିଲିୟନ ଡଲାରର ମକଦ୍ଦମା ଆମେରିକା କୋର୍ଟରେ ଚାଲିଛି ।

ମସ୍କ ଟ୍ୱିଟରରେ କାହିଁକି ଏହି କୁକୁରର ଲୋଗୋ ରଖିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି । ତେବେ ଏହି କୁକୁର ହେଉଛି ସୋସିଆଲ ମିଡିଆର ମିମ୍ । ଦୀର୍ଘ ଦିନର ସଫଳତମ ଯାତ୍ରାର ସାଥି ଥିବା ନୀଳ ପକ୍ଷୀକୁ କାହିଁକି ହଟାଇଲେ ମସ୍କ  । ତାହା ସ୍ପଟ ହୋଇନାହିଁ  । କିମ୍ବା ପକ୍ଷୀ ବଦଳରେ କୁକୁରକୁ କାହିଁକି ବାଛିଲେ ଏଲନ ମସ୍କ, ତାହା ମଧ୍ୟ ଜଣାପଡିନାହିଁ  ।

Latest Posts

Don't Miss