“Do you want an edit button?”ପୋଲ୍‌ ଆରମ୍ଭ କଲେ ଏଲନ ମସ୍କ, ସିଇଓ ଦେଲେ ଚେତାବନୀ

1 min read

 ନୂଆଦିଲ୍ଲୀ: ତେସ୍ଲା ଇନଚାର୍ଜ ଚିଫ୍‌ ଏକଜିକ୍ୟୁଟିଭ୍‌ ଅଫିସର ଏଲନ୍‌ ମସ୍କ ଆରମ୍ଭ କରିଛନ୍ତି ଏକ ଟ୍ୱିଟର ପୋଲ । ଯେଉଁଥିରେ ସେ ୟୁଜର୍ସଙ୍କୁ ପଚାରିଛନ୍ତି “Do you want an edit button?” ଅର୍ଥାତ୍‌ ଟ୍ୱିଟରରେ ଆପଣଙ୍କୁ ଏକ ଏଡିଟ୍‌ ବଟନ୍‌ ଆବଶ୍ୟକ କି ?

ଏଲନ ମସ୍କ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମାଇକ୍ରୋବ୍ଲଗିଂ ସାଇଟରେ ୯.୨ ପ୍ରତିଶତ ଭାଗିଦାରୀକୁ ନେଇ ଖୁଲାସା କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସେ ହେଉଛନ୍ତି ସବୁଠାରୁ ବଡ଼ ଶେୟାର ଧାରକ । ତେବେ ଏହାକୁ ନେଇ ଚେତାବନୀ ଦେଇଛନ୍ତି ସିଇଓ ପରାଗ ଅଗ୍ରଓ୍ୱାଲ । କିନ୍ତୁ ଏଲନ ମସ୍କଙ୍କୁ ନୁହେଁ ବରଂ ୟୁଜର୍ସଙ୍କୁ । ଏଲନ ମସ୍କଙ୍କ ଟ୍ୱିଟରରେ ପ୍ରତିକ୍ରିୟା ରଖିଥିବା ୟୁଜର୍ସଙ୍କ ମଧ୍ୟରେ ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲ ମଧ୍ୟ ସାମିଲ ଅଛନ୍ତି । ସେ ଲେଖିଛନ୍ତିଯେ, ଏହି ପୋଲିଂର ଫଳାଫଳ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଦୟାକରି ବିଚାର କରି ଭୋଟ୍‌ ଦିଅନ୍ତୁ ।

ତେବେ ଟ୍ୱିଟରରେ ମୁକ୍ତ ବକ୍ତବ୍ୟ ବା ଫ୍ରିଡମ ଅଫ୍‌ ସ୍ପିଚକୁ ନେଇ ପ୍ରଶ୍ନ ଉଠିବା ବା ଆପଣ ଆଉ ଏକ ପ୍ଲାଟଫର୍ମ ଚାହୁଁଛନ୍ତି କି ପ୍ରଶ୍ନ ପରେ ଏଲନ ମସ୍କ ଟ୍ୱିଟରରେ ତାଙ୍କ ଭାଗୀଦାରି ବିଷୟରେ ସୂଚନା ଦେଇଥିଲେ ।

ସେ ଟ୍ୱିଟରରେ ପ୍ରତ୍ତ୍ୟୁତର ଦେଲେଯ, ଏକ କାର୍ଯ୍ୟକ୍ଷମ ଗଣତନ୍ତ୍ର ପାଇଁ ମୁକ୍ତ ବକ୍ତବ୍ୟର ଆବଶ୍ୟକତା ରହିଛି । ଆପଣ ବିଶ୍ୱାସ କରୁଛନ୍ତି କି , ଟ୍ୱିଟର ଏହାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି ?

ଟ୍ୱିଟର ସାର୍ବଜନୀନ ଭାବରେ ଟାଉନ୍‌ ସ୍କ୍ୱାୟାର ଭାବରେ କାମ କରୁଛି ଏବଂ ମୁକ୍ତ ବକ୍ତବ୍ୟ ନିୟମକୁ ପାଳନ କରିବାରେ ମୌଳିକ ଭାବରେ ବିଫଳ ରହିଥିବାରୁ କ’ଣ ଆପଣ ଆଉ ଏକ ପ୍ଲାଟଫର୍ମ ଆବଶ୍ୟକ କରୁଛନ୍ତି ?

ସୂଚନାଯୋଗ୍ୟ ୨୦୦୯ରେ ଟ୍ୱିଟରରେ ଯୋଗ ଦେଇଥିବା ଏଲନ ମସ୍କଙ୍କର ପ୍ରାୟ ୮୦ ମିଲିୟନ ଫଲୋର୍ସ ଅଛନ୍ତି ଏବଂ ଏକାଧିକ ଘୋଷଣା ପାଇଁ ସେ ଏହି ସାଇଟକୁ ବ୍ୟବହାର କରି ଆସୁଛନ୍ତି ।

ତେବେ ଏଡିଟ୍‌ ବଟନକୁ ନେଇ ଦୀର୍ଘ ଦିନ ହେବ ଲୋକଙ୍କ ଡିମାଣ୍ଡ ରହି ଆସିଛି । କିନ୍ତୁ ଏପ୍ରିଲ ୧ରେ ଏହା ଟ୍ୱିଟରରେ ଘୋଷଣା ହେବାପରେ କେହି କେହି ଏହାକୁ ସ୍ୱାଗତ କରିଥିବାବେଳେ କେହି କେହି ଭାବିଲେ କମ୍ପାନୀ ଏପ୍ରିଲ ଫୁଲ ବନାଉଛି ।

ତେବେ ଏହା ନୂଆ ନୁହେଁ ବରଂ ୨୦୨୦ରେ କରୋନା ମହାମାରୀ ସମୟରେ ଲୋକ ମାସ୍କ ପିନ୍ଧିବା ଆରମ୍ଭ କରିବା ବେଳେ ଟ୍ୱିଟର ଏଡିଟ୍‌ ବଟନକୁ ନେଇ ଘୋଷଣା କରିଥିଲା ।