ନୂଆ ଦଳ ଗଠନ ପରେ ଆଗକୁ କଣ ରହିଛି ମସ୍କଙ୍କ ଯୋଜନା ?

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହେବା ପରି ମନେ ହେଉନି । ଟ୍ରମ୍ପଙ୍କ ଧମକ ପରେ ମସ୍କ ଏବେ ନୂଆ ଦଳ ଗଠନ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ନିଜର ନୂଆ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଦଳର ନାମ ଆମେରିକା ପାର୍ଟି ରଖିଛନ୍ତି । ଦଳର ନାଁ ଘୋଷଣା ପରେ ସେ କହିଛନ୍ତି- ଆପଣଙ୍କୁ ଆପଣଙ୍କ ସ୍ବାଧୀନତା ଫେରାଇ ଦେବାକୁ ‘ଆମେରିକା ପାର୍ଟି’ ଜନ୍ମ । ଦଳ ଲକ୍ଷ୍ୟ ଲୋକଙ୍କୁ ଲୋକଙ୍କ ସ୍ବାଧୀନତାକୁ ପୁନଶ୍ଚ ଫେରାଇ ଆଣିବା..

ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ଭିତରେ ବିବାଦ ନୂଆ ମୋଡ଼ ନେବା ପରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ ମସ୍କ ‘ଆମେରିକା ପାର୍ଟି’ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୈତିକ ଭାବେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମସ୍କ ।

ଗୋଟିଏ ପାର୍ଟି ସିଷ୍ଟମରୁ ଆମେରିକୀୟଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ମସ୍କ । କେବଳ ଏତିକି ନୁହେଁ ଏକ ସର୍ଭେ ଅନୁଯାୟୀ ୨-୧ ଅନୁପାତରେ ଆମେରିକୀୟ ମାନେ ନୂଆ ରାଜନୈତିକ ଦଳ ବିକଳ୍ପର ଇଚ୍ଛା ପ୍ରକାଶ କରିବା ପରେ ଏହି ଦଳ ଗଠନ ନେଇ ନିଷ୍ପତ୍ତି ହୋଇଥିବା ମସ୍କ କହିଛନ୍ତି । ଟେସଲା ମାଲିକ ଏଲନ ମସ୍କଙ୍କ ଏପରି ଘୋଷଣା ପରେ ଆମେରିକାର ରାଜନୈତିକ ହଲଚଲ ବଢ଼ିଯାଇଛି ।