ଟ୍ୱିଟର ପରେ ମସ୍କଙ୍କ ଟାର୍ଗେଟରେ କୋକା-କୋଲା , ଲେଖିଲେ ଏମିତି….

1 min read

ନ୍ୟୁୟର୍କ: ସୋସିଆଲ ମିଡ଼ିଆ ଟ୍ୱିଟରକୁ କ୍ରୟ କରିଥିବା ଟେସ୍ଲା ମାଲିକ ଏଲନ ମସ୍କ ଏବେ କୋକାକୋଲା ଉପରେ ନଜର ପକାଇଛନ୍ତି  । ଟ୍ୱିଟର ମାଲିକ ହେବାପରେ ବେସ ସକ୍ରୀୟ ହୋଇପଡ଼ିଛନ୍ତି ଏଲନ ମସ୍କ  । ଏକ ଟ୍ୱିଟ କରି ଏଲନ କହିଛନ୍ତି ଏବେ କୋକାକୋଲା ପାଳି ବୋଲି ଲେଖିଛନ୍ତି  । ଅର୍ଥାତ ମସ୍କଙ୍କ ଏହି ଇଙ୍ଗିତ କହୁଛି ଆଗକୁ ସେ ଥଣ୍ଡା ପାନୀୟ କମ୍ପାନୀ କୋକାକୋଲାକୁ କିଣିବାକୁ ଯାଉଛନ୍ତି  ।

ମସ୍କ ଟ୍ୱିଟ କରି କହିଛନ୍ତି, ଏବେ କୋକା କୋଲା କିଣିବାକୁ ଯାଉଛି  । ଏବଂ ଏଥିରେ କୋକେନ ମଦ୍ୟ ମିଶ୍ରଣ କରାଯିବ ବୋଲି କହିଛନ୍ତି  । ଏଲନ ମସ୍କଙ୍କ ଏହି ଟ୍ୱିଟ ପରେ ଲକ୍ଷାଧିକ ଲୋକ କମେଣ୍ଟ ଏବଂ ଟ୍ୱିଟ କରିବାରେ ଲାଗିଛନ୍ତି  । ଟ୍ୱିଟରର ନୂଆ ମାଲିକ ଆଗକୁ କୋକାକୋଲା କିଣିବାକୁ ଯାଉଥିବା  ଖବର ପ୍ରଚାର ହୋଇଛି  । ସେପଟେ ଏହାର କିଛି ସମୟ ପରେ ମସ୍କ ପୁଣି ଏକ ଟ୍ୱିଟ କରିଛନ୍ତି  । ଯେଉଁଥିରେ ଏଲନ ମସ୍କ କହିଛନ୍ତି- ଟ୍ୱିଟର ଆଗକୁ  ଆହୁରି ଖୁସି ବନାଇବାର ସ୍ଥାନ ହେବା ଦରକାର  ।

ସେହିପରି ଏଲନ ମସ୍କ ନିଜର ଏକ ପୁରୁଣା ଟ୍ୱିଟକୁ ସ୍କ୍ରିନସଟ କରି ପୋଷ୍ଟ କରିଛନ୍ତି  । ଉକ୍ତ ପୋଷ୍ଟରେ ମସ୍କ ଲେଖିଛନ୍ତି- ମୁଁ ଆଗକୁ ମେକଡୋନଲ୍ଡାସ କିଣିବାକୁ ଯାଉଛି  । ଏବଂ ଆଗକୁ ସମସ୍ତ ଆଇସକ୍ରିମ ମେସିନ ଠିକ କରିଦେବି  । ନିଜେ ମଧ୍ୟ ମସ୍କ କମେଣ୍ଟରେ ଲେଖିଛନ୍ତି- ଶୁଣ, ମୁଁ ଚମତ୍କାର କରିପାରେ ନାହିଁ  । ଅର୍ଥାତ ଏଲନ ମସ୍କ ଆଗକୁ କୋକାକୋଲା କିଣିବାକୁ ଯାଉଛନ୍ତି ବୋଲି ଯଦି ବା ଇଙ୍ଗିତ ଦେଇଛନ୍ତି କିନ୍ତୁ ଏହା କେତେଦୂର ସଫଳ ହେବାକୁ ଯାଉଛି ଆଗକୁ ଜଣାପଡ଼ିବ  ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଟ୍ବିଟରକୁ ସମସ୍ତେ ଆପଣାଇଛନ୍ତି  ।  ସୋସିଆଲ ମିଡିଆରେ ଅଧିକ ୟୁଜର୍ସ ରଖିଥିବା ପ୍ଲାଟଫର୍ମ  । ସାଧାରଣ ଯୁଜର୍ସଟି ବିଶେଷ ଭାବେ ସୂଚନା ଏବଂ ଖବର ପାଇବା ପାଇଁ ବ୍ୟବହାର କରିଥାନ୍ତି  । ମିଳିଥିବା ସୂଚନା ମୁତାବକ  ଆମେରିକାରେ ସବୁଠୁ ଅଧିକା ଲୋକ ଟ୍ବିଟର ବ୍ୟବହାର କରିଥାନ୍ତି । ଦ୍ୱିତୀୟ ସ୍ଥାନରେ ଜାପାନ ଥିବାବେଳେ ଟ୍ୱିଟର ବ୍ୟବହାରକାରୀ ଭାବେ ତୃତୀୟ ସ୍ଥାନରେ ରହିଛି ଭାରତ । ତେବେ ବିଶ୍ୱର ବଡ଼ ସୋସିଆଲ ପ୍ଲାଟଫର୍ମର ମାଲିକାନା ଅକ୍ତିଆର କରିଥିବା ଏଲନ ମସ୍କ ଆଗକୁ କଣ କୋକାକୋଲା କିଣିବେ ?