ଟ୍ବିଟ୍ ଦେଖିବା ଉପରେ ଲାଗିଲା କଟକଣା, ଦିନକୁ ୧୦ ହଜାର ପୋଷ୍ଟ ପଢ଼ିପାରିବେ ଭେରିଫାଏଡ ଆକାଉଣ୍ଟ
1 min readନୂଆଦିଲ୍ଲୀ: ଟୁଇଟର ୟୁଜର୍ସଙ୍କ ପାଇଁ ନୂଆ କଟକଣା । ୬ ଘଣ୍ଟାରେ ୩ଥର ଟୁଇଟରର ନୂଆ ଲିମିଟ୍ ବଦଳାଇଲେଣି ଏଲନ ମସ୍କ । ଏଣିକି ଟ୍ୱିଟର୍ରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତା’ର ସୀମା ନିର୍ଦ୍ଧାରଣ କରିଛନ୍ତି ଏଲନ ମସ୍କ । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଯାଇଛି । ଅସ୍ଥାୟୀ ଭାବେ ଏହି କଟକଣା ଲାଗୁ କରାଯାଉଥିବା ଟ୍ୱିଟ କରି ଜଣାଇଛନ୍ତି ଏଲନ ମସ୍କ । ଭେରିଫାଏଡ ଆକାଉଣ୍ଟ ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀ ଦିନକୁ ୧ ହଜାର ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢ଼ି ପାରିବେ। ପୂର୍ବରୁ ଭେରିଫାଏଡ୍ ଆକାଉଣ୍ଟ ଦିନକୁ ୬ ହଜାର, ଅନଭେରିଫାଏଡ୍ ଆକାଉଣ୍ଟଧାରୀ ୬୦୦ ଓ ନୂଆ ଆକାଉଣ୍ଟଧାରୀ ସର୍ବାଦିକ ୩୦୦ଟି ପୋଷ୍ଟ ପମି ପାରିବେ ବୋଲି ଟ୍ୱିଟ୍ କରିଥିଲେ ମସ୍କ ।
To address extreme levels of data scraping & system manipulation, we’ve applied the following temporary limits:
– Verified accounts are limited to reading 6000 posts/day
– Unverified accounts to 600 posts/day
– New unverified accounts to 300/day— Elon Musk (@elonmusk) July 1, 2023
Now to 10k, 1k & 0.5k
— Elon Musk (@elonmusk) July 1, 2023
ବିଭିନ୍ନ ସଂଗଠନ ଟ୍ୱିଟର ତଥ୍ୟକୁ ବେଶ୍ ସକ୍ରିୟ ଭାବେ ଚୋରି କରୁଥିବା ଅଭିଯୋଗ ରହିଛି । ଏହାଦ୍ୱାରା ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡ଼ୁଛି । ସେ ଓପନଏଆଇ, ଚ୍ୟାଟଜିପିଟି ଭଳି କୃତ୍ରିମ ବୃଦ୍ଧିର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଟ୍ୱିଟର ତଥ୍ୟକୁ ଏହି କମ୍ପାନୀଗୁଡ଼ିକ ନେଇ ସେମାନଙ୍କ ଭାଷାର ମଡେଲରେ ବ୍ୟବହାର କରୁଥିବା କହିଥିଲେ ।
To address extreme levels of data scraping & system manipulation, we’ve applied the following temporary limits:
– Verified accounts are limited to reading 6000 posts/day
– Unverified accounts to 600 posts/day
– New unverified accounts to 300/day— Elon Musk (@elonmusk) July 1, 2023