spot_img

Latest Posts

ଓଡ଼ିଶାର ୧୧ ଜଣ କୃତି ସନ୍ତାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ମିଳିଲା ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂଜ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ। ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩ଜଣ ମହିଳା ଥିବାବେଳେ ୧୮ ଜଣ ରହିଛନ୍ତି ବିଦେଶୀ, ପ୍ରବାସୀ ଭାରତୀୟ, ପିଆଇଓ। ଆଜି ଓଡ଼ିଶାର ସୁଦର୍ଶନ ସାହୁ, ଶାନ୍ତି ଦେବୀ, ରଜତ କୁମାର କର, ପୂର୍ଣ୍ଣମାସୀ ଜାନି, ଡ. କୃଷ୍ଣ ମୋହନ ପାଠୀ ଓ ନନ୍ଦ ପୃଷ୍ଟିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି।

ଗତକାଲି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ପଦ୍ମବିଭୂଷଣ ଉପାଧି ମିଳିଥିବାବେଳେ ଖେଳାଳି ପିଭି ସିନ୍ଧୁଙ୍କୁ ମିଳିଛି ପଦ୍ମ ଭୂଷଣ ପୁରସ୍କାର। କଙ୍ଗନା ରଣାଓ୍ୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିବାବେଳେ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ମନୋଜ ଦାସଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦିଗମ୍ବର ବେହେରା, ଦମୟନ୍ତୀ ବେଶ୍ରା, ଉତ୍ସବଚରଣ ଦାସ, ବୀଣାପାଣି ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ସାବରମତୀ, ବଟକୃଷ୍ଣ ସାହୁଙ୍କୁ ମିଳିଛି ପଦ୍ମଶ୍ରୀ।

Latest Posts

Don't Miss