spot_img

Latest Posts

ହିନ୍ଦୋଳ ଗିରିଧରପ୍ରସାଦରେ ଘରେ ପଶିଲା ଦନ୍ତା… ଭାଙ୍ଗିଲା ୪ ବଖରା ଘର

ଢେଙ୍କାନାଳ: ହାତୀ ମଣିଷ ଲଢେଇ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଏକାଠି ଗୋଟେ ଘରେ ରାତିକାଟିଲେ ମଣିଷ ଓ ଦନ୍ତା। ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଦନ୍ତା ଉତ୍ପାତ ଚଳାଇଥିବା ବେଳେ ଗିରିଧର ପ୍ରସାଦ ଗାଁର କାର୍ତ୍ତିକ ସାମଲଙ୍କ ଘରେ ପଶିଲା ହାତୀ। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ଆମ୍ବ ବାସ୍ନା ବାରି ହାତୀ ଲୁହା ଗ୍ରିଲ୍‌ ଭାଙ୍ଗି ତାଙ୍କ ଘରେ ପଶିଥିଲା।

ଗୋଟେ ବଖରାରେ ହାତୀ ପଶିଥିବା ବେଳେ ଅନ୍ୟ ଏକ ବଖରାରେ ପରିବାରର ୪ସଦସ୍ୟ ଶୋଇଥିଲେ। ପରେ ହାତୀ ପଶିବା ଜାଣି ବନ ବିଭାଗକୁ ଖବର ଦେଇଥିଲେ କାର୍ତ୍ତିକ। ଲୋକଙ୍କୁ ଘରୁ ଉଦ୍ଧାର କରିବା ସହ ହାତୀକୁ ବାହାର କରିବାରେ ସଫଳ ହୋଇଛି ବନ ବିଭାଗ। ସେପେଟେ ଗାଁରେ ପଶିଥିବା ଆଉ ୮ ହାତୀଙ୍କୁ ୫ ଘଣ୍ଟାର ପରିଶ୍ରମ ପରେ ଜଙ୍ଗଲକୁ ପଠାଇବାରେ ସଫଳ ହୋଇଛି ବନ ବିଭାଗ।

Latest Posts

Don't Miss