୨୩ ଟିକିଆ ହାତୀପଲଙ୍କୁ ତଡ଼ିଦେଲେ ଗୋରୁପଲ

କେନ୍ଦୁଝର: ୨୩ ଟିକିଆ ହାତୀପଲଙ୍କୁ ତଡ଼ିଦେଲେ ଗୋରୁପଲ । ଏଭଳି କୌତୁହଳପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ । ଜ୍ୟୋତିପୁର ବିଟ୍ ଅଞ୍ଚଳରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଏଠାରେ ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ  ମିଳିଛି । ଏହି ହାତୀପଲଙ୍କୁ ଗୋରୁପଲ ତଡ଼ି ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ୨୩ ଟିକିଆ ହାତୀପଲ ଗତକାଲି ସନ୍ଧ୍ୟାରେ ଜ୍ୟୋତିପୁର ବିଟ୍ ଝାଲିଆବେଡା ସର୍ଦ୍ଦାର ବନ୍ଧରେ ପାଣି ପିଉଥିବା ସମୟରେ ହାତୀପଲଙ୍କୁ ଏକ ଗୋରୁପଲ ଘୋଉଡାଇ ଦେଇଥିଲେ ।

ଗୋରୁପଲଙ୍କ ଭୟରେ ହାତୀପଲ ଦୌଡ଼ୁଥିବା ଦେଖାଯାଇଥିଲା । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ହାତୀପଲ ଏହି ଅଞ୍ଚଳରେ ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି । ବନ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ନାକେଦମ୍ ହେଉଥିବା ବେଳେ, ଗାଈପଲ ଏହି ୨୩ ଟିକିଆ ହାତୀପଲଙ୍କୁ ଘଉଡ଼ାଇ ଦେବା ଅଞ୍ଚଳରେ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି ।