ପଣସ ଖାଇବାକୁ ଆସି ଫସିଲା ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ
1 min read
ଅନୁଗୋଳ: ଫସାଇ ଦେଲା ପଣସ ଲୋଭ । ପଣସ ଖାଇବାକୁ ଆସି ଫସିଲା ହାତୀ । ଅନୁଗୋଳ ପୁରୁଣାଗଡ଼ ବନାଞ୍ଚଳ ବୃତ୍ତି ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପଣସ ଖାଇବାକୁ ଆସିଥିବା ବେଳେ ଦୁଇ ଗଛ ମଝିରେ ହାତୀଟି ଫସି ରହିଛି ।
ହାତୀ ଉଦ୍ଧାର ପାଇଁ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆହତ ଥିଲେ ଟ୍ରାଙ୍କୁଲାଇଜ କରି ହାତୀ ଚିକିତ୍ସା କରାଯିବ ବୋଲି ଅନୁଗୋଳ DFO ସୂଚନା ଦେଇଛନ୍ତି ।