ନିଦ ହଜାଇଛି ଦନ୍ତା, ଘର ଭାଙ୍ଗୁଛି ଫସଲ ନଷ୍ଟ କରୁଛି

1 min read

ବଣାଇ: ଘର ଭାଙ୍ଗୁଛି ଫସଲ ଉଜାଡ଼ୁଛି । ହାତୀଙ୍କ ଭୟରେ ରାତୀ କଟୁଛି । ନା ସୁଆ ନା ଖିଆ ପିଆ, ଜୀବନକୁ ବାଜି ଲଗାଇ ବଞ୍ଚୁଛନ୍ତି ଏମାନେ । ଯେତେ ଫସଲ ଲଗାଇଲେବି ହାତୀଙ୍କ ପାଇଁ ଉଧଉନି । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ର ସିନ୍ଦୁରକଳା ଓ ନିକ୍ତିମାଳ ଅଞ୍ଚଳରେ ଗତ କିଛି ଦିନ ହେବ ଦନ୍ତାହାତୀ ଉତ୍ପାତ ମଚାଇଛି । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି l

ଘର ଭାଙ୍ଗି ଧାନ ଖାଇବା ସହ କ୍ଷେତରେ ପଶି  ବ୍ୟାପକ କ୍ଷୟକ୍ଷତି କରିଛି । ଏନେଇ ଅଂଚଳବାସୀ ତ୍ରାହି ତ୍ରାହି ଡାକ ଦେଇ ବନବିଭାଗ ର ଦ୍ୱାରସ୍ଥ ହୋଇଛନ୍ତି I ନିକ୍ତିମାଳ ଗ୍ରାମର ବଳରାମ କିଷାନ ଙ୍କ ପରିବା କ୍ଷେତ କୁ ଦନ୍ତାହାତୀ ଦଳିଚକଟି ନଷ୍ଟ କରିଥିବା ବେଳେ ସିନ୍ଦୁରକଳା ଗ୍ରାମର ବୁଦ୍ଧୁ କିଷାନ, ପୁନିଆ ବାଙ୍କିରା, ସୁରେଶ ମୁଣ୍ଡା ଙ୍କ ସମେତ ପ୍ରାୟ ଦଶ ଜଣ ଙ୍କ ଘର ଭାଙ୍ଗି ଦନ୍ତା ଧାନ ଚାଉଳ ଖାଇ ଯାଇଥିବା ଜଣାପଡ଼ିଛି l ଅପରପକ୍ଷରେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଚାଲିଥିବା ବେଳେ ହାତୀ ଆକ୍ରମଣ କରିବାକୁ ଗୋଡାଇବା ବିଷୟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି l

ସେପଟେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଖୋର୍ଦ୍ଧା ହଜ ପଞ୍ଚାୟତ କାଳୁଛୁଆପାଟଣାରେ ସକାଳୁ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଥିବା ଜଣାପଡିଛି । ଆହତ ମହିଳା ରଞ୍ଜନା ସାହୁ । ହାତୀ ଆକ୍ରମଣରେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

 

Leave a Reply